STORYMIRROR

jyotsna mayee panda

Others

3  

jyotsna mayee panda

Others

ପ୍ରକୃତି ସମ୍ଭାର

ପ୍ରକୃତି ସମ୍ଭାର

1 min
246

ବସନ୍ତ.=

ବସନ୍ତ ଆସିଛି ବୋଲି କୋଇଲିର କୁହୁ ତାନେ

ସୁନ୍ଦର ଗୁଞ୍ଜନ ତାର କରିଦିଏ ଆନମନା

ବଦନ୍ତର ଆଦ୍ୟ ସ୍ପର୍ଶେ ଉଚ୍ଛନ୍ନ ସେ ଆମ୍ରବନ

ବଉଳର ସୁଗନ୍ଧ ଯେ ଭାସଇ ସେ ଉପଵନେ 

ହଜାଇ ପୁଣି ନିଜକୁ ଗାଉଛି ସୁନ୍ଦର ସ୍ୱନେ ll

ବିହଙ୍ଗ =

ଦୂର ପଥ ଯାତ୍ରୀ ତୁମେ ସୁନୀଲ ଅମ୍ବରେ

ପର ଝାଡ଼ି ଉଡିଯାଅ ଦୂରେ ବହୁ ଦୂରେ

ଭାସିଯାଏ ସବୁ ସପ୍ନ ଭଷା ବାଦଳ ରେ

ଉଡ଼ିଯାଅ ହେ ବିହଙ୍ଗ! ସୁଦୂର ପ୍ରାନ୍ତରେ...

ହଜିଯାଅ ପୁଣି କେଉଁ ଅଜଣା ଦ୍ୱୀପରେ ll

ପଥିକ =

ଫଗୁଣର ଅବିର ବି ଲାଗେ ରଙ୍ଗ ହୀନ

ଆଶା ଶୂନ୍ୟ ଜୀବନ ତା ଲାଗେ ତୁଚ୍ଛ ଶୂନ୍ୟ

ପାନ୍ଥଶାଳାର ସେ କ୍ଲାନ୍ତ ପଥିକ ସାଜି..

ଚାଲିଛି ଜୀବନ ପଥେ ବିଶ୍ୱାସରେ ଆଜି

ଆଶା ଆକାଂକ୍ଷାକୁ ନେଇ ଚାଲିଛି ମୁଁ ଚାଲୁଥିବି

ବିରହ ବେଦନାରେ ମୁଁ ଝୁରୁ ଝୁରି ଜାଳୁଥିବି ll

ପଳାସ =

ପଳାସ କୁସୁମ ମୁଁ ଯେ ସୁରଭି ବିହୀନ..

ସ୍ରଷ୍ଟାଙ୍କ ସବୁ ସୃଷ୍ଟି କେଡ଼େ ଅନୁପମ

ସବୁ ପୁଷ୍ପେ ଭରିଦେଲ ରେଣୁ ସୁରଭିର..

କାହିଁକି ପାସୋରି ଦେଲେ ତୁମେ ମୋ ଶରୀର ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍