STORYMIRROR

Tushar Kanta Prasad

Others

4  

Tushar Kanta Prasad

Others

ପ୍ରକୃତ ବନ୍ଧୁ

ପ୍ରକୃତ ବନ୍ଧୁ

1 min
173

ଶୁଣିଥିଲି ପିଲାଦିନେ ବନ୍ଧୁତ୍ବର ଗାଥା,

ଗରିବ ସୁଦାମା ସଖା ଶ୍ରୀକୃଷ୍ଣଙ୍କ କଥା।

ରାଜ ସୁଖ ପାଇ ଭୁଲି ନଥିଲେ ବନ୍ଧୁତା,

ତାଙ୍କ ବନ୍ଧୁପଣ ଆଗେ ନଇଁ ଯାଏ ମଥା।।


କର୍ଣ୍ଣ ପରି ବନ୍ଧୁ ପାଇ ଧନ୍ୟ ଦୁର୍ଯ୍ୟୋଧନ,

ରଙ୍କକୁ ମିଳିଲା ପରି ଯେହ୍ନେ ଗଣ୍ଠିଧନ।

ଦେଇଥିଲେ ଦିନେ ଅଙ୍ଗ ରାଜ୍ୟେ ସିଂହାସନ,

ବନ୍ଧୁ ପାଇଁ କର୍ଣ୍ଣ ଦେଲେ ନିଜର ଜୀବନ।।


ରକ୍ତର ସମ୍ପର୍କ ନୁହେଁ ତଥାପି ନିଜର,

ହୃଦୟ ସ୍ପନ୍ଦନେ ବନ୍ଧୁ ତୋଳେ ନିଜ ଘର।

ପୂର୍ବ ପୂଣ୍ୟ ବଳେ ଏ ଜନ୍ମେ ସାକ୍ଷାତକାର,

ସତେ ଅବା ଦେଖା ହୁଏ ବନ୍ଧୁ ସହୋଦର।।


ସଙ୍ଗୀତ ସଙ୍ଗୀତ ନୁହେଁ ନଥିଲେ ମୂର୍ଚ୍ଛନା,

ଜୀବନ ତ ଫିକା ଲାଗେ ଏ ବନ୍ଧୁତା ବିନା।

ପ୍ରକୃତ ବନ୍ଧୁ ସାଜନ୍ତି ଜୀବନେ ଆଇନା,

ଦୋଷ, ତ୍ରୁଟି ସମ୍ମୁଖରେ କରନ୍ତି ବର୍ଣ୍ଣନା।।


ପ୍ରକୃତ ବନ୍ଧୁ କୁ ଯିଏ କରିଦିଏ ଦୂର,

ଅବଶ୍ୟ ହୃଦୟେ ଅହଙ୍କାର କରେ ଘର।

ଜୀବନ ସାଗର ହେଲେ ବନ୍ଧୁ ଯେ ଜୁଆର,

ଜୁଆର ନଥିଲେ କିବା ସାଗର ସୁନ୍ଦର।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍