ପ୍ରଜାପତି
ପ୍ରଜାପତି
1 min
192
ପରସ୍ତ ପରସ୍ତ ରଙ୍ଗ ତୋ ଦେହେ,
ଦୁରୁ ଦିଶଇ କେତେ ମନଲୋଭା,
ଅତି ସୁନ୍ଦର ଲାଗୁ ଲୋ ସତେ,
ପଡେ ଯେବେ ଦେହେ ସୂରୁଜ ଆଭା ।
ପ୍ରେମୀ ଯୁଗଳର ତୁ ସ୍ୱପ୍ନର ସୌଦାଗର,
ତୋତେ ଭାବି ବାର୍ତ୍ତାବହ କହନ୍ତି ମନକଥା,
ତୋ ରଙ୍ଗ-ବେରଙ୍ଗ ଦେଖି କୁନି ପିଲା,
ଭୁଲି ଯାଆନ୍ତି ମନର ସବୁ ବ୍ୟଥା ।
ହେଲେ...
କାହିଁକି ଲୋ ପ୍ରଜାପତି ଆଜି ମଉନ,
ସେ କାଳ ଦିନ ଆଉ ଆଜି ତ ନାହିଁ,
ନାନା ବର୍ଣ୍ଣ ଫୁଲ ବି ଦିଶୁନି,
ବୃକ୍ଷ ଲତା କେତେ ପଦା ହେଲେଣି ।
ଦୂଷିତ ହେଲାଣି ପାଣି ଆଉ ପବନ,
ବୋଧହୁଏ ସେ ଲାଗି ଉଡିବାକୁ ଲାଗୁନି ମନ,
ଆର୍ତ୍ତନାଦେ ବିକଳେ କହୁଥିବ ଆତ୍ମା ତୋର,
କାହିଁକି ଏତେ ବିକାରଗ୍ରସ୍ତ ନିର୍ଲଜ ମଣିଷ ।