ପରୀ ପାଇଁ କଥାଟିଏ
ପରୀ ପାଇଁ କଥାଟିଏ
ମନ ତାର ଛନଛନ କଅଁଳ ବୟସ
ଦୃଷ୍ଟିଛିଟା ଭ୍ରୁଲତାରେ ଭାଙ୍ଗଇ ଅଳସ
ଘନତାର କେଶରାଶି ମନ୍ଦମନ୍ଦ ଗତି
ସିଏଆମ ପରୀଟିଏ ଅସ୍ଥିର ତା ମତି ।
କଢିଟିଏ ଜାଣେନାହିଁ ଛନ୍ଦ ଓ କପଟ
କିଛିବର୍ଷ ଅନ୍ତରରେ କନ୍ଯାଏ ପ୍ରକଟ
ଶୀତଯାଏ ଗ୍ରୀଷ୍ମଆସେ ତାର ପଛେପଛେ
ଧିରେଧିରେ ଯଉବନ ଗୋଡାଏ ତାପଛେ ।
ପରୀଟିଏ ବଡହୁଏ ଅବା ଭାରାକ୍ରାନ୍ତ
ନୀଡଟିଏ ରଚିବାକୁ ହୁଏ ଉନ୍ମିଳିତ
ପରୀଟିଏ କନ୍ଯାଟିଏ ଭଗିନୀ ବା କାର
ମାଆପରେ ପୂର୍ଣ୍ଣଚ୍ଛେଦ ବିବିଧ ରୁପର ।
ପରିଟିଏ ସ୍ନେହଚାହେଁ ପୁଣି ନିରାପତ୍ତା
ବଢିବାକୁ ସ୍ବାଧୀନତା ନକର ଅନ୍ଯଥା
ଥମୁନାହିଁ ଭ୍ରୁଣହତ୍ଯା ଯୌନକେଳେଙ୍କାର
ବଧୂହତ୍ଯା ଭ୍ରଷ୍ଟାଚାର ଅଜବ ଖବର ।
କିଥିଲା ସମାଜ ଆମ କି ହୋଇଲା ଆଜ
ପରୀପାଇଁ କଥାଟିଏ ହୁଏନାହିଁ ସଜ
ନୈତିକତା ନୀତିକଥା ଆଣିବା ଫେରାଇ
କ୍ରାନ୍ତିଦର୍ଶୀ ଯୁବପୀଢି ଦେବାରେ ଗଡାଇ ।
ପ୍ରତିଗ୍ରାମେ ପ୍ରତିନଗ୍ରେ ସୁରକ୍ଷା ବଳୟ
ଗଢିବାକୁ ପ୍ରାଣଦେବା କରିମନ ଥୟ
ଆମକାମ ଆମେନେବା ଏହି ପ୍ରତିକାର
ଆଇନ ତା ବାଟେଯିବ ପୁଣି ସରକାର ।
ପରୀପାଇଁ ଟିକେଶ୍ରମ ସଚେତନ ହେବା
ଆମହାତେ ସମାଜକୁ ଆମେ ପରଖିବା
ତାପରେ ହୋଇବ ଲେଖା ପରୀପାଇଁ କଥା
ପରୀରଥ ଗଡୁଥାଉ ଯୁଗଯୁଗ ଯଥା ।