STORYMIRROR

Banabihari Mishra

Others

3  

Banabihari Mishra

Others

ପରିବେଶ

ପରିବେଶ

1 min
136

ଗାଁ ପାଖ ସେଇ ନଣ୍ଡା ପାହାଡଟା 

ଗୁମୁରି ଗୁମୁରି କାନ୍ଦୁଥିଲା

ଗଛଲତା ଭରା ଘଞ୍ଚ ଜଙ୍ଗଲଟା

ମରୁଭୂମି ପରି ଦିଶୁଥିଲା ।

କେତେ ଥିଲା ଏଠି ଶାଳ ପିଆଶାଳ

କୁରୁମ ଅସନ କେନ୍ଦୁଗଛ

ବେଲ ନିମ୍ବ ଭେରୁ ଶିଶୁ ଓ କରଞ୍ଜ

ସବୁ ତ ହେଲାଣି ମୂଳପୋଛ।

ଫୁଟୁଥିଲା ନାନା ରକମର ଫୁଲ

ପୁରିଉଠୁଥିଲା ତାର ବାସ

କୋରେଇ ଫୁଲରେ ଛାଇ ଯାଉଥିଲା 

ମନେ ଆସୁଥିଲା କି ହରସ।

ଏଇଠୁ ପିଲାଏ ତୋଳି ଖାଉଥିଲେ

ଭଇଁଚ କଣ୍ଟେଇ ବେତକୋଳି 

ଋତୁ ବଦଳିବା ସଙ୍ଗେ ଏ ଜଙ୍ଗଲ 

ରୂପ ହେଉଥିଲା ଭଳି ଭଳି।

ଏଠି ବିଚରଣ କରୁଥିଲେ ଚିତା

ଭାଲୁ ହେଟାବାଘ ମହାବଳ 

ଏବେ କିନ୍ତୁ ସାତ ସପନ ହେଲାଣି 

ଜଙ୍ଗଲରେ ଗୋଟିଏ ଶିଆଳ।

ଦେଉଥିଲା କେତେ ଅମୂଲ୍ୟ ପଦାର୍ଥ 

ମଣିଷ ଜାତିକୁ ଏ ଜଙ୍ଗଲ 

ଲାଖ ଝୁଣା କାଠ ଚେରମୂଳ ଆଉ

ନାନା ଜାତି ସୁଆଦିଆ ଫଳ।

ମଣିଷଟା ସତେ ଏଡିକି କୃତଘ୍ନ

ନିର୍ବିଚାରେ ସଫା କଲା ବଣ

କଂକ୍ରିଟ୍ ଜଙ୍ଗଲ ଗଢିଲା ସବୁଠି

ପରିବେଶେ ଦେଲାନାହିଁ ଧ୍ୟାନ ।

ନିଜ ଗୋଡେ ନିଜେ ମାରୁଛି କୁରାଢୀ

ପରିବେଶ କରି ବରବାଦ 

ଆପଣା ହସ୍ତରେ ଜିହ୍ୱା ଛେଦକଲେ

କେ କରିପାରିବ ପ୍ରତିବାଦ ।

ଦୃତ ଶିଳ୍ପାୟନ ନାଆଁରେ ମଣିଷ 

ପରିବେଶ କଲା ସର୍ବନାଶ 

କାରଖାନା ଗଢି ବାୟୁମଣ୍ଡଳରେ 

ଛାଡିଲା ଅଙ୍ଗାରକାମ୍ଳ ଗ୍ୟାସ।

ମଣିଷ ବଞ୍ଚିବା ପାଇଁ ଆବଶ୍ୟକ 

ଶୁଦ୍ଧ ବାୟୁ ଆଉ ଶୁଦ୍ଧ ଜଳ

ସେଇତକ ନଷ୍ଟ କରିଦେଇ ଆମେ 

ନିଜେ ଡାକିଆଣୁ ନିଜ କାଳ।


Rate this content
Log in