STORYMIRROR

Anam Charan Sahoo

Others

3  

Anam Charan Sahoo

Others

ପ୍ରେରଣା ମୋର

ପ୍ରେରଣା ମୋର

1 min
266

ଭୁଲି ମୁଁ ପାରୁନି ସେହି ଚିଠି ତୁମ

ସେଥିରେ ଭାବ ହିଁ ଭାବ

ଅଭାବେ ନମିଳେ ଭାବର ଠାକୁର

କୂଳେ ନ ଲାଗଇ ନାବ।

ଜନ୍ମ ଦିଏ ମାତା ପାଳିଥାନ୍ତି ପିତା

ଶିକ୍ଷକ ଦିଅନ୍ତି ଜ୍ଞାନ

ସଦଗୁରୁ ଏହି ସଂସାରୁ ତାରନ୍ତି

ରଖନ୍ତି ଜଗତେ ମାନ।

ନିଜେ ବଞ୍ଚି ଯିଏ ଅନ୍ୟକୁ ବଞ୍ଚାଏ

ସେହିତ ସଂସାରେ ବର

ସମସ୍ତେ ତୋହର ଆପଣା ସୋଦର

ନକରିବୁ ହତାଦର।

ନାରୀ ଆମ ମାତା ଭଗିନୀ ଦୁହିତା

ଅର୍ଦ୍ଧାଙ୍ଗିନୀ ହୁଏ କା'ର

ତାଙ୍କୁ ସନମାନ ଦେଉଥିବୁ ଧନ

କରିବୁନି କେବେ ପର।

ରହିଥବୁ ସଦା ସମସ୍ତଙ୍କ ସାଥେ

ଆପଣାର ଲୋକ ହୋଇ

ସତ୍ୟର ସନ୍ଧାନ କରୁଥିବୁ ନିତ୍ୟ

ଇଷ୍ଟ ପାଦେ ଧ୍ୟାନ ଦେଇ।

ସେ ଚିଠି ଏବେବି ସାଇତି ରଖିଛି

ଅନ୍ତର ମଧ୍ୟରେ ମୋର

ସଦା ବିତରୁଛି ଜ୍ଞାନର ଅରୁଣ

ହୋଇ ମୋର ଆପଣାର।


Rate this content
Log in