Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyaranjan Biswal

Romance

5.0  

Priyaranjan Biswal

Romance

ପ୍ରେମ ସାଗର

ପ୍ରେମ ସାଗର

1 min
366



ପ୍ରେମକୁ ମୋହର

ସାଇତି ଥିଲି ମୁଁ

ହୃଦୟର ସିନ୍ଧୁକରେ।

ସାଥି ଋପେ ପାଇ

ତୁମକୁ ଆଜି ମୁଁ

ନାଚୁଅଛି ଆନନ୍ଦରେ।


ଇଛା ମୋର ତୁମ

ଉପରେ ସର୍ବଦା

କରିବାକୁ ପ୍ରେମ ବର୍ଷା।

ଆମ ପ୍ରେମ ଦେଖି

ଦୁନିଆଟା ଆଜି

କରୁଛି କେତେଯେ ଇର୍ଷା।


ଦେଖିବାକୁ ଚାହେଁ

ହସର ଝରଣା

ତୁମ ଗୋଲାପି ଓଠରେ।

ସିହରଣ ଖେଳେ

ତନୁରେ ମୋହର

ତୁମରି ପ୍ରୀତି ସ୍ପର୍ଶରେ।


ପାହାଡ ପରିକା

ହୃଦୟ ମୋ ନାହିଁ

ଦୁଃଖକୁ ସହିବା ପାଇଁ।

ମଋଭୂମି ପରି

ଓଠ ମୋର ନାହିଁ

ଲୁହକୁ ଶୋଷିବା ପାଇଁ।


ହୃଦୟରେ ମୋର

ପ୍ରେମର ସାଗର

କେବଳ ତୁମରି ପାଇଁ।

ତୁମ ଛଡା ଆଉ

ଏଇ ଦୁନିଆରୁ

କିଛି ମୁଁ ଯେ ଚାହେଁନାହିଁ।


ପ୍ରେମ ଦୁନିଆରେ

ଚୁଟିଆ ବୁଲନ୍ତି

ହୋଇ ସଦା ଦଳ ଦଳ।

ପ୍ରେମୀ ଯୁଗଳତ

କଷ୍ଟ ପାଇଥାନ୍ତି

ଦୁନିଆରେ କାଳ କାଳ।


ପ୍ରେମ ମୋର ନୁହେଁ

ଏତେ ବି ଦୁର୍ବଳ

ଚୁଟିଆ କରିବ ଖୋଳ।

ପ୍ରିୟା ମୋର ନୁହେଁ

ଧାନର କିଆରି

ପଡିବ ତହିଁରେ ଭୋଳ।


ଡର ମୋର ନାହିଁ

ଚୋର ଚୁଟିଆଙ୍କୁ

କେତେବା ତାଙ୍କର ପ୍ରାଣ?

ପ୍ରିୟା ମୋର ତାଙ୍କୁ

କରୁଅଛି ଦୟା

ଦେଖାଇ ତା ବଡପଣ।


ପ୍ରିୟା ମୋର ଅଟେ

ଅଳସୀ ନଈଟେ

ମୁଁ ଅଟେ ତାର କିନାରା।

ହୃଦୟ ଆକାଶେ

ସାଜିଅଛି ସିଏ

ପ୍ରୀତିଋପା ମିଞ୍ଜିତାରା।


ମୁଁ ଯେ ଅଟେ ଗୋଟେ

ଅଶାନ୍ତ ସାଗର

ସେ ଅଟେ ମୋର ଶାମୁକା।

ତୁମ ବିନା ମୁଁ ଯେ

ପ୍ରାଣହିନ ପ୍ରିୟ

ସଦା କହେ ମୋ ପ୍ରେମିକା।


ଅଭିମାନୀ ପ୍ରିୟା

କରୁଥାଏ ସଦା

ଦୁନିଆ ଯାକର ଅଳି।

ସେଥିପାଇଁ ତାକୁ

ସ୍ନେହରେ ଡାକେ ମୁଁ

ଶୁଣଗୋ ପ୍ରିୟା ପାଗିଳି।



ପ୍ରିୟରଞ୍ଜନ ବିଶ୍ୱାଳ

ବଳରାମପୁର, କୁଶଳେଶ୍ୱର

ଘସିପୁରା, ଆନନ୍ଦପୁର

କେନ୍ଦୁଝର, ପିନ୍- ୭୫୮୦୨୫

ଦୂ.ଭା- ୮୮୯୫୧୧୭୩୦୪


Rate this content
Log in