STORYMIRROR

Arundhati Jena

Others

3  

Arundhati Jena

Others

ପ୍ରେମ ମନ୍ଦାକିନୀ

ପ୍ରେମ ମନ୍ଦାକିନୀ

1 min
274

ପ୍ରେମ ମନ୍ଦାକିନୀ ଛିଞ୍ଚି ଦେଇ ପ୍ରିୟା

          କେଉଁ ଆଡେ ଗଲ ଚାଲି,

ତୁମ ବିନା ସବୁ ଶୁଷ୍କ ଲାଗେ ଏଠି

          ସତେ ମରୁଚର ବାଲି।


ତୁମ ଉପସ୍ଥିତି ମଧୁ ପ୍ରୀତି ଝରା

         ମନେ ଦିଏ ବିଞ୍ଚି ସ୍ନେହ,

କେଉଁ ଅପରାଧେ ଦଣ୍ଡ ଦିଅ ମୋତେ

           ଥରେ ଖାଲି କହି ଦିଅ।


ଯଦି ଏତେ ସବୁ ମନେ ତୁମ ଥିଲା

         କାହିଁ ପ୍ରେମ ବର୍ଷା କଲ?

ପ୍ରୀତି ପାରିଜାତ କାହିଁ ପୁଣି ତୁମେ

        ଜାତ କଲ ମନେ ମୋର ।


ଫେରି ଆସିବକି ଆହେ ପ୍ରିୟା ମୋର

            ମନ ଝୁରେ ଦିବା ନିଶି,

କେତେ ଜଳେଇବ କହି ଦିଅ ଖାଲି

             ତୁମ ପଥ ଚାହିଁ ଅଛି।

                            


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍