STORYMIRROR

Bunee Tripathy

Others

4  

Bunee Tripathy

Others

ପାପପୂଣ୍ଯ

ପାପପୂଣ୍ଯ

1 min
233


ଅନାବିଳ ସ୍ନେହ ଅଟେ ଯେଉଁଠାରେ

  ନାମ ଅଟେ ତାର ପ୍ରେମ

ଅତୁଟ ବନ୍ଧନ ଆପଣାର ମଣେ

  ସେହି ଅଟେ ପରା ପ୍ରେମ।


ପ୍ରେମ ତ ଅଟଇ ସ୍ବର୍ଗୀୟ ସୁଷମା

   ନାହିଁ ତାର ପଟାନ୍ତର

ରାଇ ଦାମୋଦର ପ୍ରେହକୁ ବୁଝିଛି

  କାହା ସଙ୍ଗେ ସମତୁଲ।


ପ୍ରେମର ରାସ୍ତାରେ ପଡିଛି ତ କଣ୍ଟା

  ଚାଲିଲେ ଫୁଟଇ ପାଦେ

ନିନ୍ଦା ଅପବାଦ କଳଙ୍କର ଟିକା

  ଶୁଣିବ କଟୁ ଶବଦେ।


ପ୍ରେମ ନୁହେଁ ପାପ ବିଭୁଦତ୍ତ ପରା

  ଠାକୁର ପ୍ରସାଦ ସମ

ସଭିଙ୍କର ଭାଗ୍ଯେ ଜୁଟେନାହିଁ ଏହା

  ଚାହିଁଲେ ମିଳେନି ପ୍ରେମ।


ମରୁ ଉପତ୍ଯାକେ ଫୁଟାଏତ ଫୁଲ

   ନାସ୍ତିକ ହୁଏ ଆସ୍ତିକ

ପର୍ବତ ଶିଖରେ ପଙ୍କଜିନୀ ଫୁଟେ

   ଅନ୍ଧ ଦେଖଇ ଆଲୋକ।


ଜଗତ କୁହଇ ପ୍ରେମ ଅପରାଧ

  ଖସିଗଲେ ପାଦଥରେ

ଚୋରାବାଲି ଭଳି ଯିବତ ତଳକୁ

  ପ୍ରେମ ଯିଏ ଥରେ କରେ।


ଯୁଗଯୁଗ ଧରି ରହିତ ଆସିଛି

  କେତେ ପ୍ରେମ ଉପାଖ୍ଯାନ

ଏଇ ପ୍ରେମ ପାଇଁ ଉଜୁଡି ଯାଇଛି

  କେତେ ଅତୁଟ ବନ୍ଧନ।


ଥରେ ଯିଏ କିନ୍ତୁ କରେ ଅନୁଭବ

   ପ୍ରେମକୁ ସାଇତେ ମନେ

ସ୍ବର୍ଗ ପାରିଜାତ ପାଇଯାଏ ହାତେ

   ଜିତଇ ଜଗତ ଜନେ।


ପାପର କାଳିମା ଛୁଇଁପାରେ ନାହିଁ

  ପ୍ରେମତ ଅଟେ ଶାଶ୍ବତ

ସ୍ବାର୍ଥବୋଲି କିଛି ନଥାଏ ପ୍ରେମରେ

   ଆବିଳତା ହୀନ ସେତ।


ଜିଇଁବା ମରିବା ସବୁଥାଏ ସେଠି

  ଦେଇଜାଣେ ସେତ ତ୍ଯାଗ

ପାପପୂଣ୍ଯ କେବେ ବିଚାର ହୁଏନା

   ଥାଏ ଯେବେ ଅନୁରାଗ।


ପ୍ରେମତ ପବିତ୍ର ସମ୍ପର୍କର ସେତୁ

  ଜନ୍ମେଜନ୍ମେ ରହିଥାଏ

ଗୋଟିଏ ଜନ୍ମରେ ତୁଟେନି ତ ପ୍ରେମ

  କାଳେକାଳେ ଲେଖାରହେ।



Rate this content
Log in