ପାନ୍ଥଶାଳାର କାନ୍ଥରେ ଲେଖିଛି ନାଁଆ
ପାନ୍ଥଶାଳାର କାନ୍ଥରେ ଲେଖିଛି ନାଁଆ
ପାନ୍ଥଶାଳାର ପଥିକ ଟିଏ ମୁଁ
ପଚାରନା ମୋର ଠିକଣା
ପାନ୍ଥଶାଳାର କାନ୍ଥରେ ଲେଖିଛି
ନାଁଆ ଟିକୁ ମୋର
ଭୁଲି ଯାଇଛି ମୋ ଅଗଣା ।
ଯାତ୍ରୀ ଭାବରେ ଚାଲିଛି ବାଟ ମୁଁ
ହୃଦୟେ ବେଦନା ବହି
ପାନ୍ଥଶାଳାରେ ରାତ୍ରୀ ବିତିଯାଏ
କିଏ ମୋ ନିଜର କିଏ ଅବା ପର
ତା'ର ହିସାବ ମୁଁ ରଖି ନାହିଁ।
ନିଜକୁ ନିଜେ ବି ଚିହ୍ନି ପାରେନା ମୁଁ
ଯାଯାବର ଟିଏ ଭାବି
କବିତା ରୂପରେ କେବେ ଖୁସି ଲେଖେ
କେବେ ଲେଖେ ଦୁଃଖ
ଶବ୍ଦକୁ ଶବ୍ଦରେ ବାନ୍ଧି ।
ହୃଦୟର ଭାବ କବିତା ହୋଇଲେ
ତୃଷ୍ଣା ମୋର ମେଣ୍ଟି ଯାଏ
ପାନ୍ଥଶାଳାର ପଥିକ ସାଜି ମୁଁ
ରାତ୍ରୀ ଉଜାଗର ଥାଏ ।
ଦୁନିଆର ରୂପ ଦେଖି ଦେଖି ମୁଁ
ହୋଇଲିଣି ବେପରୁଆ
ସମସ୍ତେ ଏଠିତ ସ୍ୱାର୍ଥ ରେ ବନ୍ଧା
କିଏ କାହାକୁ କରିବ ଆହା
ପାନ୍ଥଶାଳାର ପଥିକ ଟିଏ ମୁଁ
ତା'ର କାନ୍ଥରେ ଲେଖିଛି ମୋ ନାଁଆ ।