STORYMIRROR

Mamatamanjari Das

Others

4  

Mamatamanjari Das

Others

ପାନ୍ଥଶାଳାର କାନ୍ଥରେ ଲେଖିଛି ନାଁଆ

ପାନ୍ଥଶାଳାର କାନ୍ଥରେ ଲେଖିଛି ନାଁଆ

1 min
228


ପାନ୍ଥଶାଳାର ପଥିକ ଟିଏ ମୁଁ

ପଚାରନା ମୋର ଠିକଣା

ପାନ୍ଥଶାଳାର କାନ୍ଥରେ ଲେଖିଛି

ନାଁଆ ଟିକୁ ମୋର

ଭୁଲି ଯାଇଛି ମୋ ଅଗଣା ।


ଯାତ୍ରୀ ଭାବରେ ଚାଲିଛି ବାଟ ମୁଁ

ହୃଦୟେ ବେଦନା ବହି

ପାନ୍ଥଶାଳାରେ ରାତ୍ରୀ ବିତିଯାଏ

କିଏ ମୋ ନିଜର କିଏ ଅବା ପର

ତା'ର ହିସାବ ମୁଁ ରଖି ନାହିଁ।


ନିଜକୁ ନିଜେ ବି ଚିହ୍ନି ପାରେନା ମୁଁ

ଯାଯାବର ଟିଏ ଭାବି

କବିତା ରୂପରେ କେବେ ଖୁସି ଲେଖେ

କେବେ ଲେଖେ ଦୁଃଖ

ଶବ୍ଦକୁ ଶବ୍ଦରେ ବାନ୍ଧି ।


ହୃଦୟର ଭାବ କବିତା ହୋଇଲେ

ତୃଷ୍ଣା ମୋର ମେଣ୍ଟି ଯାଏ

ପାନ୍ଥଶାଳାର ପଥିକ ସାଜି ମୁଁ

ରାତ୍ରୀ ଉଜାଗର ଥାଏ ।


ଦୁନିଆର ରୂପ ଦେଖି ଦେଖି ମୁଁ

ହୋଇଲିଣି ବେପରୁଆ

ସମସ୍ତେ ଏଠିତ ସ୍ୱାର୍ଥ ରେ ବନ୍ଧା

କିଏ କାହାକୁ କରିବ ଆହା

ପାନ୍ଥଶାଳାର ପଥିକ ଟିଏ ମୁଁ

ତା'ର କାନ୍ଥରେ ଲେଖିଛି ମୋ ନାଁଆ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍