STORYMIRROR

Swagatika Mishra

Others Tragedy

3  

Swagatika Mishra

Others Tragedy

ପାଗଳ

ପାଗଳ

1 min
13.6K


ନିଉଛୁଣା କପାଳକୁ

ସବୁ ଦୁଃଖ ତ ନିଅଣ୍ଟ

ଜୀବନ ହାଟଟା ଶୁଷ୍କ ମରୁର ପ୍ରାନ୍ତର

ନା ଅତୀତ ର ଖବର

ନା ଭବିଷ୍ୟତ ର ସ୍ବପ୍ନ

ନା ବର୍ତ୍ତମାନ ର ଫିକର


ଲୋଡା ଖାଲି ପାଦେ ଜମି ଆଉ

ହାତଟେ ଆକାଶ

କଣ ବା ହବ ଅଧିକ!!

ସେଇ ପରିଚୟ ସାଉଁଟୁ ସାଉଁଟୁ

କେତେବେଳେ ପରିଚୟ ହୀନ ହେଲି

କେଜାଣି!!!

ସେଇ ଦିନଠୁ ଗୋଟେ ମୋର ପରିଚୟ

ପାଗଳ ଆଉ ପାଗଳ।


ଛିଣ୍ଡା ଦଦରା କନାଟା ଖୁବ୍ ଲଢେ

ମତେ ଟିକେ ଢାଂକି ଦେବ ବୋଲି

କେବେ ପାରେ,କେବେ ହାରେ!

ବିଚରା ବୁଝି ପାରେନା

ଭିତରୁ ଉଲଗ୍ନ ଲୋକ ଟାର ଢାଙ୍କୁଣୀ କି ଲୋଡା!!


କାକର୍ଷିଆ ଶୀତ ରାତିରେ ଠିକଣା ମୋର

ଫୁଙ୍ଗୁଳା ଆକାଶ ତଳ,

କାକର ଭିଜା ମାଟିପର,

ଅବା ନଳା କୋଉ ରାସ୍ତା କଡର।


ଜ୍ଞାନ ମୋର ବେହୋସ୍

ସ୍ମୃତି ମୋର ବିସ୍ମୃତିର କବର ତଳେ

ସୁପ୍ତ ନିଦ୍ରା ରେ ଚିର ଦିନ ପାଇଁ

ସୁଖ ମୋର ସମ୍ପୁର୍ଣ୍ଣ ଅପରିଚିତ

ଆଉ ଦୁଃଖ!!

ସେ ତ ଜଣେ

ସମସ୍ତଙ୍କ ଅଗୋଚର ରେ

ଯିଏ ମୋ ନିଜର।


ରାତ୍ରିର ଅନ୍ଧାରଟା

ଆଁ କରି ଗିଳି ଦିଏ

ପରିଚିତରୁ ଅତି ପରିଚିତକୁ

ଏଇ ପଟେ ଶବ ଯାଏ

ଆତ୍ମୀୟତା କୁ ଆତ୍ମାହୁତି ଦେଇ

ଏଇ ପଟେ ଶିଶୁ ଆସେ

ମାତୃତ୍ୱର ମାଧୁରୀମା ନେଇ

ଗ୍ରୀଷ୍ମ ଯାଏ, ଶୀତ ଫେରେ

ଏଇ ରାସ୍ତା କଡ଼ରେ

ହେଲେ ମୋର,

ନା ଆସିବାରେ ଭାଵ ବିହୋଳତା

ନା ଫେରିବା ରେ ସ୍ୱକ

ମୁଁ ମୁକ,ମୁଁ ସୁପ୍ତ

ମୁଁ ନା ଆବାହନେ!

ନା ବିସର୍ଜନେ!


ମୁଖ ମୋର ସରସ ବିହୀନ

ଶୁଷ୍କ ଓଷ୍ଠରେ ଶୁଷ୍କ ଚମଡାର ଆଁ

କେଶ ମୋର ରଜ୍ଜୁ ଭ୍ରମ

ଦେହ ଭଣ ଭଣ ଗନ୍ଧ

ରୁପ ମୋର କିମ୍ବୁତ,କଦାକାର

ହସ!!କି ବିକଟାଳ!

ନାହିଁ କିଛି ପରିଚୟ

ମୁଁ ଅଟେ ପାଗଳ।


By Swagatika Mishra


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍