STORYMIRROR

Rajendra Bishoyi

Others

4  

Rajendra Bishoyi

Others

ପାଦ

ପାଦ

1 min
212

ପଦ୍ୟ ଏବଂ କବିତା ସୃଷ୍ଟିରେ

ଥାଏ ଯେଉଁ ନିୟମ ବା ଶୈଳୀ

ଛନ୍ଦ ସିଏ କବିଙ୍କ ଭାଷାରେ

ପଦ ,ପଂକ୍ତି , ଯତିପାତ ନେଇ

ରସାମୃତ ସାଜଇ କବିତା

ପଦେ ଥିବା ପ୍ରତ୍ୟେକ ପଂକ୍ତି

ଜ୍ଞାନୀ ମାନେ କହୁଥାନ୍ତି " ପାଦ '

ପାଦ ବିନା କବିତା ଲେଖାର

କିବା ଅଛି ମୂଲ୍ଯ ଆଉ ଭାବ ।

ଠିକ୍ ସେମିତି 

ଯା ଉପରେ ସବୁ ଜୀବଜନ୍ତୁ

ଅନାୟାସେ ଠିଆହୋଇ ଜୀବନ ବଞ୍ଚାନ୍ତି

ଯା ସାହାଯ୍ୟେ ଏ ମଣିଷ ଚଳପ୍ରଚଳିତ 

ତାଙ୍କୁ ପରା ପାଦ ବୋଲି କହନ୍ତି ସକଳ 

ପାଦ ମଧ୍ଯେ ସର୍ବଶ୍ରେଷ୍ଠ ଜନନୀଙ୍କ ପାଦ 

ଗୁରୁ ପାଦେ ଲୟ ଦେଲେ ପଡେନା ପ୍ରମାଦ 

ପ୍ରଭୁଙ୍କ ପାଦ ସ୍ପର୍ଶରେ ସକଳ ବିପତ୍ତି 

ପିତା ପାଦ ସ୍ପର୍ଶ କଲେ ଦୂର ହୁଏ ଭିତି ।

ପାଦ ନ ଥିବା ମଣିଷ ମାଦାଳ ପରିକା

ଏ ସ୍ଥାନରୁ ସେ ସ୍ଥାନକୁ ଗଡିଯାଏ ଏକା ।

ଯତ୍ନ କଲେ ରତ୍ନ ମିଳେ କହନ୍ତି ପଣ୍ଡିତେ

ଯତ୍ନ କଲେ ଏ ପାଦକୁ ସହୃଦୟ ଚିତ୍ତେ ।

ସର୍ବଶ୍ରେଷ୍ଠ ଅଙ୍ଗ ବୋଲି ଏ ପାଦ ବୋଲାଇ 

ପାଦ ବିନା ଏ ମଣିଷ ଦିବ୍ୟାଙ୍ଗ ହୁଅଇ ।

ତେଣୁ ସର୍ବେ ଧ୍ୟାନ ଦେବା ଆପଣା ପାଦକୁ

ମଲା ଯାଏ ବହୁଥିବ ଏ ପାଦ ଆମକୁ ।

ପାଦ ବ୍ରହ୍ମା ,ପାଦ ବିଷ୍ଣୁ ପାଦ ମହେଶ୍ବର

ଗୁରୁଜନ ପାଦେ ମୋର କୋଟି ନମସ୍କାର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Rajendra Bishoyi

ଗଛ

ଗଛ

1 min ପଢ଼ନ୍ତୁ

ମେଘ

ମେଘ

1 min ପଢ଼ନ୍ତୁ

ପାହାଡ

ପାହାଡ

1 min ପଢ଼ନ୍ତୁ

ନଈ

ନଈ

1 min ପଢ଼ନ୍ତୁ

ଗୋଲାପ

ଗୋଲାପ

1 min ପଢ଼ନ୍ତୁ

ଜହ୍ନ

ଜହ୍ନ

1 min ପଢ଼ନ୍ତୁ

ବୃଦ୍ଧ

ବୃଦ୍ଧ

1 min ପଢ଼ନ୍ତୁ