STORYMIRROR

SIBENDU SARASWATA PANDA

Others Children

3  

SIBENDU SARASWATA PANDA

Others Children

ଓଡ଼ିଆ ବର୍ଣ୍ଣମାଳା

ଓଡ଼ିଆ ବର୍ଣ୍ଣମାଳା

1 min
237

'ଅ' ଯାଉଥିଲା ପାଠ ପଢିବାକୁ

'ଆ' ଯେ ଆସିଲା ମାଡ଼ି,

ହର୍ଷ୍ଵ 'ଇ' କହିଲା କିଛି କ୍ଷଣ ରୁହ

ଦୀର୍ଘ 'ଈ'ବି ଯିବ ପଢି।

ହର୍ଷ୍ଵ 'ଉ' ଚାଲିଲା ବସ୍ତାନିକୁ ଧରି

ଦୀର୍ଘ‌ 'ଊ' ଧରିଲା ଛାଟ,

'ଋ' କହୁଥାଏ ପିଠିରେ ବାଜିବ

ନପଢିଲେ ତୁହି ପାଠ।

'ଏ' ଧରିଥିଲା ହାତରେ ମିଠେଇ

'ଐ'ର ହାତରେ ଖଟା,

'ଓ'ର ପାଟିରୁ ଲାଳ ବୋହୁଥାଏ

'ଔ' ହେଉଥାଏ କଥା।

'କ','ଖ','ଗ' ଚାଲନ୍ତି ବୀରଦର୍ପେ ପୁଣି

'ଘ','ଙ' ତାଙ୍କରି ପଛେ,

'ଚ','ଛ','ଜ' ବସିଲେ ତିନିହେଁ ସଙ୍ଗାତ

'ଝ','ଞ' ରାଗନ୍ତି ମିଛେ।

'ଟ','ଠ','ଡ','ଢ','ଣ' କରନ୍ତି ଆଳାପ

'ତ','ଥ','ଦ','ଧ','ନ'ଙ୍କ କଥା,

'ପ','ଫ','ବ','ଭ','ମ' ପଛେ ଶୁଣୁଛନ୍ତି

'ଯ','ର','ଳ'ଙ୍କ ଦୁଃଖ ବ୍ୟଥା।

'ଓ୍ବ' କହୁଅଛି ତାଲବ୍ୟ 'ଶ'କୁ

ମୂର୍ଧନ୍ୟ 'ଷ'କି ତୋ ଭାଇ,

ଦନ୍ତ୍ୟ 'ସ' କୁହେ 'ହ'କୁ ଚାହିଁଣ

'କ୍ଷ' ତୋ ପଛରେ କାହିଁ?

'ୟ' ବୁଝାଉଛି 'ଲ'କୁ ଡାକିଣ

ହିନ୍ଦେ ଅନୁସ୍ଵାର ମୂଳ,

ସଂସ୍କୃତେ ବିସର୍ଗ ଆଉ ଓଡ଼ିଆରେ

ଚନ୍ଦ୍ରବିନ୍ଦୁ କରେ ଖେଳ।

ଓଡ଼ିଆ ଭାଷାର ବର୍ଣ୍ଣମାଳା ଏହି

ଜନ୍ମରୁ ଶୁଣଇ ଗାଥା,

ଏମାନଙ୍କ ବିନା ଯେ କେହି ଓଡ଼ିଆ

କହିକି ପାରିବ କଥା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍