STORYMIRROR

Alaka Dash

Others

3  

Alaka Dash

Others

.ନଟୀ

.ନଟୀ

1 min
169


ସ୍ପର୍ଶ କାତର ଅସ୍ତିତ୍ୱର ମୁହୂର୍ତ୍ତ

ମୁହ୍ୟମାନ 

ସନ୍ତାପିତ ହୃଦୟରେ 

ଲୋଳୁପିତ ବାସ୍ନା, 

ଅଜଣା ଅବାସ୍ତବ 

ସେ ମହଙ୍କର ମହତ୍ୱ, 

ଦୁନିଆଁ ରଙ୍ଗମଞ୍ଚରେ 

ନଟୀର ନର୍ତ୍ତନ, 

ସମାଜ ଦେଖେ 

ଯାର ଯାର ଅଭିନୟ ବୁକେ, 

ରଙ୍ଗ ବୋଳା ଅଙ୍ଗନେ, 

କେହି କେବେ ଜାଣେନା 

ଅବା ଜାଣିବାକୁ ଚାହେଁନା, 

ତା' ବୁକୁର ବେଦନା, 

ଅନ୍ତରାଳେ ସେ ଏକ ନିଆରା ଅସ୍ତିତ୍ୱ, 

ଅଧରେ ରଙ୍ଗ ରଙ୍ଗାଇ 

ବୁଡାଇ ମାରେ ପ୍ରିତୀ ପାରାବାରେ, 

ବଯସର ରଙ୍ଗ ଫୁଟି ଉଠେ 

ଅଙ୍ଗ ଅଙ୍ଗନେ, 

ରଙ୍ଗୀନ ଆଲୋକେ 

ଚିକ ମିକ ହୁଏ 

ଚୁର୍ଣ୍ଣ କୁନ୍ତଳ, ଅର୍ଦ୍ଧ ଉନ୍ମୁକ୍ତ 

ସୁଠାମ ଯୌବନ, 

ଖିଲି ଖିଲି ହସ ଧରେ ଝରିଯାଏ, 

ମାଦକର ଶତ ଫଣୀଧାର, 

ମୁଗ୍ଧ ପ୍ରେମୀରେ ଦଂଶି ବାର ବାର, 

ଘୁଂଗୁରୁ ର ରୁଣୁ ଝୁଣୁ ସୁରେ 

କ୍ଷତାକ୍ତ ହୁଏ ଜନ ମାନସ, 

କଣ୍ଠେ ଭରି ଯୁଗାନ୍ତ କାରୀ 

ମିଳନ ର ସ୍ୱର, 

କଲ ବଲ କରେ ମନନ୍ତରେ 

ବିରହର ସ୍ପର୍ଶ, 

ଲାଗେ ଖାଲି 

ଯାଦୁକାରୀ... ରୂପପରୀ 

ତାଳି ର ମାଳିରେ 

ବସାଇଛି ଯାରେ, 

ଯା ଲାଗି ଝରେ 

ଅମାନିଆ ଲୁହ ଧାର, 

ଯା 'ଆଖିରେ ଲାଖିଥାଏ 

ବ୍ରହ୍ମାଣ୍ଡ ର ଛବି, 

ଅଭିସାରେ ରାତି ଯାଏ ବିତି 

ପ୍ରତୀକ୍ଷା ର ଲଗ୍ନ ଯାଏ ଘୁଞ୍ଚି, 

ଯା ' ଲାଗି ନାଚିଛି ଜୀବନ ତମାମ, 

ନାଚିବ ଜୀବନ ସାରା, 

ତା ଆସିବା ପଥ ଧାରେ 

ପଦ ଶବ୍ଦ ସମୀରଣ 

ଗାଇବା ଯାଏ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍