STORYMIRROR

Akankshya Panda

Others Romance

3  

Akankshya Panda

Others Romance

ନିଶବ୍ଦ ନାୟିକା

ନିଶବ୍ଦ ନାୟିକା

1 min
307


ଆଜିବି ଚାହିଁରହିଛି ଅପଲକ ନୟନ ରେ

ତୁମ ଫେରିବା ବାଟକୁ..

ଯଉଠି ମିଶିଯାଏ ଏ ସଡକର ଶେଷସୀମା ଦୂରାଦିଗ୍ବଳୟ ରେ ..


କରିଛି କେତେଯେ ବାର୍ତ୍ତା ପ୍ରେରଣ ସେ ପୁନେଇ

ଜହ୍ନ ହାତରେ ...

ଭଲଲାଗୁନି ଆଉ ଏ ଅଟ୍ଟାଳିକା..

ଏ ସହରର ଅନାଵଶ୍ୟକ ଚାକଚକ୍ୟ..

କେବଳ ଭଲ ଲାଗୁଛି ତ ହଜିଯିବାକୁ ତୁମ କଳ୍ପନାରେ


ଯେବେ ଶୀତଳ ସମୀର ମୋ ଶରୀରର

ପ୍ରତି ଅଙ୍ଗ ପ୍ରତ୍ୟଙ୍ଗ ଛୁଇଁଯାଏ ..

ଲାଗେ ଯେମିତି ହଜିଯାଇଛି ତୁମ ଆଲିଙ୍ଗନରେ

ବହୁ ବନ୍ଧନର ଅଵଦ୍ଧରେ

ନିର୍ଝରିତ ବର୍ଷାଟୋପା ଯେବେ ମୋ ଓଠ କୁ


ସ୍ପର୍ଶ କରେ ..

କିଛିକ୍ଷଣ ପାଇଁ ହଜିଯାଏ ତୁମ ପ୍ରଗାଢ ଚୁମ୍ବନରେ


ଅଧୀର ହୋଇ ଉଠେ ମୁ ରାତ୍ରୀର ଆଗମନ ରେ

ଭିଜିଯିବାକୁ ତୁମ ସ୍ୱପ୍ନରେ

ଯଉଠି ସମର୍ପଣ କରିଦିଏ ମୋ ତନୁ ମନ

ତୁମ କାମନାର ଉତ୍ତେଜନା ରେ ..

ଦେଖୁ ଦେଖୁ ବିଲୀନ ହୋଇଯାଏ ମୋ

ତୁମ ସ୍ପନ୍ଦନର ସାତ୍ତ୍ୱିକତା ରେ ..


କେଜାଣି କାହିଁକି ଖୁସିରେ ଆତ୍ମହରା ହୋଇଉଠେ

ଦେଖି ଭଅଁର ଓ ଫୁଲର ମିଳନ..

ବାରମ୍ବାର ଯାଏ ସେ ସମୁଦ୍ର ତଟକୁ

କେତେ ଯେ ସ୍ମୃତିର ଚିହ୍ନ ଆଙ୍କିଦେଇଛ

ସେ ବାଲିର ଦେହରେ..

ପୁଣି ଦେଖିବାକୁ ଲହଡି ଭାଙ୍ଗୁଥିବା ତରଙ୍ଗରେ

ତୁମ ପ୍ରତିଫଳନ...


ଏ କେମିତିକା ଉତ୍ସାହ...ଆବେଗ ..ତ

ତୁମ ପାଇଁ ମୁ ଜାଣେନା

ହେଲେ ଆଜିବି ଚାହିଁ ରହିଛି ସେ ଫେରିବା ବାଟକୁ

ସାଜି ନିଶବ୍ଦ ନାୟିକା..

ଅପେକ୍ଷାରେ ଏକା ଏକା ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍