STORYMIRROR

Bharatabandhu Biswal

Others

4  

Bharatabandhu Biswal

Others

ନଈ

ନଈ

1 min
214


ନଈ ଲୋ ନଈ

ଅଙ୍କେଇ ବଙ୍କେଇ ଯାଉଛୁ ବହି,

ଜଳ ଦାନ କରି ହସାଉ ଜୀବନ

କେବେ କେବେ ଦେଉ

ମୁହଁ ଫୁଲାଇ ।


ଦୁଇ କୂଳ ଖାଇ

ମାଡ଼ି ଯାଉ ତୀରେ,

ତୋ କରାଳ ସ୍ୱରୂପେ

ଭାରି ଡର ମାଡେ ,

ଧନ ଓ ଜୀବନ ନଷ୍ଟ ହୁଏ କେତେ

ନେଉ ଘରଦ୍ୱାର ସବୁ ଭସାଇ ।

ନଈ ଲୋ ନଈ----- 


ନଈ ଆରକୂଳେ

ଦିଶୁଥିଲା ଦିନେ ମାମୁଁଙ୍କ ସୁନ୍ଦର ଘର,

ଉଚ୍ଚ ପକା ପିଣ୍ଡା ବିଲ ଓ ବଗିଚା

ତାଳ ବଣ ତୋଟା ମାଳ,

ଚିହ୍ନ ବର୍ଣ୍ଣ ଆଉ ନାହିଁ

ଦେଖିଲେ କାନ୍ଦ ମାଡ଼ଇ ।

ନଈ ଲୋ ନଈ-----


ନ ମାନୁ ବନ୍ଧ କି ବାଡ଼

ନଷ୍ଟ ହୁଏ ଶସ୍ୟ ବୁଡେ କେଦାର,

ହାତ ଦେଇ ବସେ ମୁଣ୍ଡେ ଚାଷୀଭାଇ

ପଡ଼ିଯାଏ ହାହାକାର,

ପଚାରୁଛି ତୋତେ କହ ସତକଥା

ତୁ ରାଗୁଅଛୁ ଏତେ କଅଣ ପାଇଁ ।

ନଈ ଲୋ ନଈ------


ଶୁଣରେ ସୁନା ପୁଅ

ସବୁ ଜାଣିଶୁଣି ହେଉ ତୁ ଅବୁଝା

ମୁଣ୍ଡରେ ମୋ ଢାଳୁ ଦୋଷ,

କରୁ ଅବିଚାର କାଟି ଦେଉ ଗଛ

ମୁଁ କୁଆଡୁ କୁ ଯିବି କହ,

ଖସିଲେ ତଳକୁ କଂକ୍ରିଟ ଚଟାଣ

ଚଉଦିଗେ କୋଠାମାଳ

ମୁଁ ନ ପାରେ ଭୂତଳେ ଯାଇ ,

ପୁଅ କି କହିବି ଦୁଃଖ 

 ଯେତେ କହିବି ମୁଁ ସରିବ ନାହିଁ ।


କ୍ଷୟ ହୁଏ ମାଟି

ବରଷଣେ ନାହିଁ ଆଉ ଥଳକୁଳ,

ପୋତି ହୋଇଯାଏ ଗରଭଟା ମୋର

ଗତି ମୋ ଧିର ମନ୍ଥର ,

ଦିଶୁନାହିଁ ଆଉ ବାଟ ଘାଟ ମୋତେ

ଧନ ବୁଢ଼ୀ ମାଆ ଦୋଷ

ଧରିବୁ ନାହିଁ,

ପୁଅ କି କହିବି ଦୁଃଖ 

ଯେତେ କହିବି ମୁଁ ସରିବ ନାହିଁ ।


ଶୁଣ ଦେଇ ମନ କର୍ଣ୍ଣ

ଘଟୁଛି ଯାହା ତୋ କରମଫଳ,

ଆଗପଛ କିଛି ବିଚାର କରୁନୁ

ଖୋଳୁ ନିଜ ପାଇଁ ଖାଲ,

ଉପାସ ଭୋକରେ ହୋଇ ଛଟପଟ

କେତେ କାଳ ଆଉ ବଞ୍ଚିବି ମୁହିଁ,

ବାପ ତୋ ସମୁଦ୍ର ରାଗି କମ୍ପମାନ

ପ୍ରକୋପେ ଆସୁଛି ଧାଇଁ,

ବାବୁ ଦଣ୍ଡୁ ତାଙ୍କ ରକ୍ଷା ନାହିଁ ।

ବେଳ ଥାଉଁ ବାବୁ ହୁଅ ସାବଧାନ

ଛୋଟ କଥା ମୋର ମାନ,

 କହୁଛି ପ୍ରକୃତି ବୁଢ଼ୀ ମାଆ ନଈ

ତୋ ସୀମା ସରହଦ ଲଙ୍ଘ ନାହିଁ ।

 


Rate this content
Log in