STORYMIRROR

Ansuman Swain

Others Children

3  

Ansuman Swain

Others Children

ନେଏରେ ଜଗା କାଳିଆ

ନେଏରେ ଜଗା କାଳିଆ

1 min
24


ନେଏରେ ଜଗା କାଳିଆ

ତୋ ଭାବ ଡୋରୀରେ ବାନ୍ଧି ଦେଏରେ ନିଳାଚଳିଆ

ତୋ ବଡ଼ ଦାଣ୍ଡକୁ ଟାଣି ନେଏରେ ଜଗା କାଳିଆ.........

ଭାବରେ,ଭାବରେ ତୋ ଗୀତ  ଗାଇବି

                    ଜୟ ଜଗଦୀଶ ହରେ

ପତିତ ପାବନ ବାନା ଦେଖୁ ଥିବି

                 ତୋର ସେ ବଡ଼ ଦାଣ୍ଡରେ ।

ନ ମିଳୁ ଅଭଡ଼ା ନ ମିଳୁ ନିର୍ମାଲ୍ୟ

         ନ ମିଳୁ ଟଙ୍କ ତୋରାଣି 

ତତେ ଚାହିଁ, ଚାହିଁ ଦିନ କାଟି ଦେବି

          ନେଏରେ ମୋଉଡ଼ ମଣି ।

ତୋ ଭାବ ଡୋରୀରେ ବାନ୍ଧି ଦେଏରେ ନିଳାଚଳିଆ

ତୋ ବଡ଼ ଦାଣ୍ଡକୁ ଟାଣି ନେଏରେ ଜଗା କାଳିଆ.......

ଦାସିଆ ବାଉରୀ ନୁହେଁରେ କାଳିଆ

                     ନୁହେଁ ମୁଁ ଗୀତଗୋବିନ୍ଦ 

ସାଲ ବେଗ ପରା ନୁହେଁରେ କାଳିଆ

                 ମୁଁ ଜଣେ ଅଧମ ଭକ୍ତ ।

ସଂସାର ଜଞ୍ଜାଳ ସହି ହେଉ ନାହିଁ 

                   ବଢି ଗଲା ମୋହ ମାୟା

ଡାକୁଛି ଆତୁରେ ଶୁଣ ମୋ ଗୁହାରି

                    ଭକ୍ତ ଭାବ ବିନୋଦିଆ ।

ତୋ ଭାବ ଡୋରୀରେ ବାନ୍ଧି ଦେଏରେ ନିଳାଚଳିଆ

ତୋ ବଡ଼ ଦାଣ୍ଡକୁ ଟାଣି ନେଏରେ ଜଗା କାଳିଆ ......

  

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍