ଵନ୍ଦୀ
ଵନ୍ଦୀ
1 min
228
ନିବୁଜ କୋଠରୀ ଭିତରେ
ବନ୍ଦୀର ଜୀବନ।
ସେ ଦେଖିପାରେନା
ସେ ସୁନ୍ଦର ପୃଥିବୀ
ଉଦିତ ତପନ।
କଳକଳ ନଦୀ ଆଉ
ସେ ଶ୍ୟାମଳ ବନ।
ସେ ମଧୁମୟ ପରିବାର
ବାପା ମାଆ ଡାକ।
ଅଭୟ ବରଦ ହସ୍ତ
ମାଆର ସେ ବୋକ।
ଢାଳି ଦେଉଥାଏ
ଆଶିଷ ର ଧାରା।
ହେଲେ ସବୁସ୍ବପ୍ନ
ଏତ ଘନଘୋର
ତମଭରା ନିବୁଜ କାରା।
ବସିବସି କରେ ହିସାବ ନିକାସ
ଜୀବନକୁ ଓଲଟ ପାଲଟ କରି
କେତେ ପାଇଲା କେତେ ହଜେଇଲା
ଜୀବନ ଗଣିତ କଷୁ କଷୁ
କେଉଁଠି ସେ ଭୂଲ୍ କରିଦେଲା।