ନଦୀ
ନଦୀ
ନଈ ପାଣି ବହେ ଥିରି ଥିରି,
କଳ କଳ ନାଦେ ସିରି ସିରି।
ପର୍ବତ ଶିଖରୁ ଆସେ ଝରି,
ବହି ଯାଏ ଧରା ବୁକୁ ଚିରି।
ବରଷା ଜଳକୁ ଦେହେ ଧରି,
ଆଗକୁ ବଢଇ ସାପ ପରି।
ପର୍ବତ ଅଟଇ ତାର ଘର,
ସାଗରେ ସଙ୍ଗମ ଲକ୍ଷ୍ୟ ତାର।
ଶୀତଳ ଜଳ ତା କରି ପାନ,
ଜୀବନ ବିତାନ୍ତି ଜୀବ ମାନ।
ନଦୀ କୂଳେ ଗଢି ଉଠେ ସହର,
ତା'ପାଇଁ ସମୃଦ୍ଧ ହୁଏ ନଗର।
