Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଅକ୍ଷୟ କୁମାର ବେହେରା

Others

4.5  

ଅକ୍ଷୟ କୁମାର ବେହେରା

Others

ନବବର୍ଷ

ନବବର୍ଷ

1 min
393


କାନ୍ଥେ ଟଙ୍ଗାଥିବା କ୍ୟାଲେଣ୍ଡରଟିର

ଯିବା ବେଳ ଆସିଯାଏ 

ପୁରୁଣାକୁ କାଢି ସେଇ ସ୍ଥାନଟିରେ

ନୂଆ ପୁଣି ସଜାହୁଏ ।


ଅତୀତ ଦିନର ସ୍ମୃତି ସବୁତକ

ମନେ ରହେ ଘର କରି 

ମନରେ ଆନନ୍ଦ ଉଲ୍ଲାସର ଭାବ 

ନବବର୍ଷ ଆସେ ଧରି ।


କାହା ପାଇଁ ଦୁଃଖ କାହା ପାଇଁ ସୁଖ

ସବୁ ତ କର୍ମର ଫଳ 

ସମୟ କାହାକୁ ଅପେକ୍ଷା କରେନା

ଗଡ଼ି ଚାଲିଥାଏ ବେଳ ।


ଏ ନବବରଷ ଆଣି ଦେଉ ଜନେ

ସଭିଙ୍କ ଜୀବନେ ସୁଖ 

ପ୍ରଭୁ କୃପା ହେଉ ଦୁଃଖି ଜନ ଠାରୁ

ହଟିଯାଉ ସଦା ଦୁଃଖ ।


ଅସତ୍ୟ ପଥରେ ପାଦ ଖସିଗଲେ

ନେଉ ଏ ବର୍ଷ କୋଳେଇ 

ସତ୍ୟର ପଥରେ ବାଟ ଚାଲିବାକୁ

ହାତ ଧରି ଯାଉ ନେଇ ।


ସଭିଙ୍କ ମନରେ ଆତ୍ମୀୟତା ଜାଗୁ

ହସିଉଠୁ ଏ ଜୀବନ 

ଏଇ ମୋ ଗୁହାରୀ ମହାପ୍ରଭୁ ଠାରେ

ସଭିଙ୍କୁ ଅଭିନନ୍ଦନ ।



Rate this content
Log in