STORYMIRROR

Mamatamanjari Das

Others

3  

Mamatamanjari Das

Others

ନବ ଯୌବନା

ନବ ଯୌବନା

1 min
826

ବାରୁଣୀ ଉହାଡେ ଢଳିଲେ ସୂରୁଜ

ସଂଧ୍ୟା ନଇଁ ନଇଁ ଆସେ

ସ୍ୱର୍ଣ୍ଣାଭ ଗୋଧୂଳି ଗୋ ଗୋଷ୍ଠକୁ ନେଇ

ଗାଈ ଆଳ ଫେରେ ବାସେ।


ଦିନର ଆଲୁଅ ଲିଭି ଲିଭି ଯାଏ

ଅନ୍ଧାରେ ଅଦୃଶ୍ୟ ହୁଅଇ ସବୁ

ମାଡିଆସେ ତମିସ୍ରା ପକ୍ଷ ବିସ୍ତାରି

ଶରୀରକୁ କରେ କାବୁ ।


ଉଷ୍ମ ଆଲିଙ୍ଗନ କଅଁଳ ପରଶେ

ଦେହ କରେ ଅଭିସାର

ଯେତେ ବଢେ ରାତି ସେତେ ବଢେ ତାତି

ଗବାକ୍ଷର ହେମାଳ ପବନେ

ଲିଭିଯାଏ କୋଠରୀରୁ

ଦିକ୍ ଦିକ୍ ହୋଇ ଜଳୁଥିବା ବତୀ ।


ବୃକ୍ଷମାନେ ଏବେ ହୋଇଛନ୍ତି ନବ ଯୌବନା

ମଳୟ ପରଶ ପାଇ

କେତେ ଆଶା ଆଉ ନିରାଶାକୁ ନେଇ

ମିଳନ ଋତୁକୁ ଆବେଗ ହୃଦୟେ

ରହିଥିଲେ ସତେ ଚାହିଁ ।


ବିଚିତ୍ର ଏ ବିଧିର ବିଧାନ

ମଳୟ ପରଶେ ..

ଋତୁରାଜ ବସନ୍ତ ସହ ଅଭିସାର ରଚି

ଆଜି ପୁଣିଥରେ ସେ

ବୟସର ସଂଧ୍ୟା କାଳେ ହୋଇଛି ନବ ଯୌବନା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍