ନବ ଯୌବନା
ନବ ଯୌବନା
ବାରୁଣୀ ଉହାଡେ ଢଳିଲେ ସୂରୁଜ
ସଂଧ୍ୟା ନଇଁ ନଇଁ ଆସେ
ସ୍ୱର୍ଣ୍ଣାଭ ଗୋଧୂଳି ଗୋ ଗୋଷ୍ଠକୁ ନେଇ
ଗାଈ ଆଳ ଫେରେ ବାସେ।
ଦିନର ଆଲୁଅ ଲିଭି ଲିଭି ଯାଏ
ଅନ୍ଧାରେ ଅଦୃଶ୍ୟ ହୁଅଇ ସବୁ
ମାଡିଆସେ ତମିସ୍ରା ପକ୍ଷ ବିସ୍ତାରି
ଶରୀରକୁ କରେ କାବୁ ।
ଉଷ୍ମ ଆଲିଙ୍ଗନ କଅଁଳ ପରଶେ
ଦେହ କରେ ଅଭିସାର
ଯେତେ ବଢେ ରାତି ସେତେ ବଢେ ତାତି
ଗବାକ୍ଷର ହେମାଳ ପବନେ
ଲିଭିଯାଏ କୋଠରୀରୁ
ଦିକ୍ ଦିକ୍ ହୋଇ ଜଳୁଥିବା ବତୀ ।
ବୃକ୍ଷମାନେ ଏବେ ହୋଇଛନ୍ତି ନବ ଯୌବନା
ମଳୟ ପରଶ ପାଇ
କେତେ ଆଶା ଆଉ ନିରାଶାକୁ ନେଇ
ମିଳନ ଋତୁକୁ ଆବେଗ ହୃଦୟେ
ରହିଥିଲେ ସତେ ଚାହିଁ ।
ବିଚିତ୍ର ଏ ବିଧିର ବିଧାନ
ମଳୟ ପରଶେ ..
ଋତୁରାଜ ବସନ୍ତ ସହ ଅଭିସାର ରଚି
ଆଜି ପୁଣିଥରେ ସେ
ବୟସର ସଂଧ୍ୟା କାଳେ ହୋଇଛି ନବ ଯୌବନା।
