STORYMIRROR

jyotsna mayee panda

Others

3  

jyotsna mayee panda

Others

ନାଉରୀ ର ଦୁଃଖ...

ନାଉରୀ ର ଦୁଃଖ...

1 min
210


କେତେ ଦୁଃଖ ଥାଏ ମୋ ମନ ରାଇଜେ.. ....

ନାଉରି ଜୀବନ ନୁହଇ ସହଜ.....

ବଞ୍ଚୁଛି ଆଜି ମୁଁ କୋହର ନିଦାଘେ...

ଦଦରା ନାଆରେ ଜୀବିକା ମୋ ହୁଡେ...

ମଳିନ ମୁହଁ ରେ ଘର କୁ ବାହୁଡ଼ିବେ.....

ଦୁଃଖ ଭରା ଏଇ ମୋ ଜୀବନ ନଈ....

ବୋହୁ ଥାଏ ଖାଲି ଦୁଇ କୂଳ ଖାଇ....

ଛୁଆ ପିଲା ମୋର ଉପାସେ ଶୁଅନ୍ତି....

ଘରଣୀ କାନ୍ଦେ ମୋ ଅଭିମାନୀ ହୋଇ....

ଖରା.. ବର୍ଷା.. ଆଉ ଶୀତ କାକରରେ..

ସବୁବେଳେ ମୁହିଁ ନଦୀ ରେ ହିଁ ରହେ...

କେତେ ଆଶା ନେଇ ସକାଳୁ ବାହାରେ...

ସଞ୍ଜ ନାଇଲାରୁ ଘରକୁ ବାହୁଡେ....

ଦୁଃଖ ସବୁ ମୋର କାହାକୁ କହିବି.....

ଦଦରା ନାଆରେ କେମିତି ବଞ୍ଚିବି.....

ମୁଁ ତ ନୁହେଁ ସେଇ ବିଜ୍ଞାନୀ କୈବର୍ତ୍ତ....

ସ୍ଵର୍ଣ୍ଣ ନାବ ମୁହିଁ କରେ ନାହିଁ ଆସ...

ମୁଁ ମୂଢ଼ ପାମର ଜାଣେନା ସେ ଭାବ...

ବାହି ନେବ ପ୍ରଭୁ ମୋ ଜୀବନ ନାବ....

ସୁଖେ ଦୁଃଖେ ତୁମେ ବାହି ନେଉଥିବ....

ନାଉରିଟେ ତୁମେ ସାଜିବ ଏ ଭାବେ....

ଏତିକି କାମନା ଏ ଛୋଟ ଜୀବନେ....

ଏ ମୋ ଛୋଟ କଥା ପଡିବଟି କର୍ଣ୍ଣେ....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍