STORYMIRROR

Bauribandhu Lenka

Others

4  

Bauribandhu Lenka

Others

ନାରୀ

ନାରୀ

1 min
130

ନାରୀ

===

ନାରୀ ତୁ ଜନନୀ ଜାୟା 

ତୁହି ତ ଭଗିନୀ । 

କେବେ ପୁଣି ପ୍ରଣୟିନୀ 

କେବେ ସନ୍ନ୍ୟାସିନୀ ।। 


କେବେ ଦେବୀ ଦୂର୍ଗା ରୂପେ 

ମହିଷମର୍ଦ୍ଦିନୀ । 

ଖଣ୍ଡା ଖର୍ପରଧାରିଣୀ 

ଦେବୀ କାତ୍ୟାୟନୀ ।। 


ପରମବୈଷ୍ଣବୀ ରୂପେ 

ଲକ୍ଷ୍ମୀ ଠାକୁରାଣୀ । 

ମା ସରସ୍ୱତୀ ରୂପେ 

ବିଦ୍ୟା ପ୍ରଦାୟିନୀ ।। 


ତୁ ସତୀ ପାର୍ବତୀ 

ବୃନ୍ଦାବତୀ ଜାଜ୍ଞସେନୀ । 

ତୁହି ତ ଅହଲ୍ୟାବାଈ 

ଝାନ୍ସୀ ମହାରାଣୀ ।। 


ଜନନୀ ରୂପରେ ତୁହି 

ସନ୍ତାନ ବତ୍ସଳା । 

ଜାୟା ରୂପେ ପତିବ୍ରତା 

କର୍ମେ ନାହିଁ ହେଳା ।। 


ଭଗିନୀ ରୂପରେ ଭାତୃ 

ପ୍ରେମ ଓ ମମତା 

ପ୍ରଣୟିନୀ ରୂପେ କେତେ 

ଅଭୁଲା ସେ କଥା ।। 


ସନ୍ନ୍ୟାସିନୀ ରୂପେ 

ସତ କର୍ମରେ ତୋ ନିଷ୍ଠା 

ଦୂର୍ଗା ରୂପେ ନାସି ଅଛୁ 

ପାପୀଙ୍କ ପ୍ରତିଷ୍ଠା ।। 


ଲକ୍ଷ୍ମୀ ରୂପେ ଧନ ଧାନ୍ୟେ

କରିଅଛୁ ତୁଷ୍ଟ । 

ସରସ୍ୱତୀ ରୂପେ ବିଦ୍ୟା 

କରିଛୁ ପ୍ରଦତ୍ତ ।। 


ସତୀତ୍ୱର ପରାକାଷ୍ଠା 

ଦେଖାଇ ଜଗତେ 

ସତ୍ ପଥେ ଚାଲିବାପାଇଁ 

ଶିଖାଇଛୁ କେତେ ।। 


ଝାନ୍ସୀରାଣୀ ରୂପେ ତୋର 

ଦେଶପ୍ରେମ ଗାଥା 

ତୋର ଜୟଗାନ କରୁଛନ୍ତି 

ନତ କରି ମଥା ।। 


ନାରୀ ସର୍ବ ଗୁଣେ ତୁହି 

ଜଗବନ୍ଦନୀୟା । 

କି ବର୍ଣ୍ଣିବି ତୋର କୀର୍ତ୍ତି 

ଆଉ ତୋର ମାୟା ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍