ନାରୀ ନାରାୟଣୀ
ନାରୀ ନାରାୟଣୀ
ନାହିଁ ଅରି ଯାର ଅଟଇ ସେ ନାରୀ
ଅନ୍ୟ ନାମ ତା' ରମଣୀ
ନାରୀ ହିଁ ସୂଜନ କରଇ ପାଳନ
ନାରୀ ସଂହାର କାରିଣୀ ॥
ନରକ ସରଗ ସେନେହ ସରାଗ
ରାଗ ରୋଷ ଅଭିମାନ
ନିନ୍ଦା ଓ ପ୍ରଶଂସା ଆଶା ଓ ଭରସା
ସବୁ ତା' ଲାଗି ଭିଆଣ ॥
ନାରୀ କରେ ସେବା ନାରୀ କରେ କିବା
ଯଶ ଧନ ମାନ ଜନ
ନସ୍ୱର ସଂସାରେ ସ୍ନେହ ମମତାରେ
ବାନ୍ଧେ ଯେ ଅପର ପ୍ରାଣ ॥
ନାରୀ ଲାଗି ସୂଷ୍ଟି ସୌହାର୍ଦ୍ଦ୍ୟ ବୃଷ୍ଟି
ସବୁ ନାରୀର ଭିଆଣ
ନମ୍ରତା ସୁନୀତି ନବୀନ ବିଭୂତି
ଘେନି ଦୁଃଖ କଷ୍ଟମାନ ॥
ନିଜ ଅଭ୍ୟନ୍ତରେ ଚାପି ସହି ପାରେ
ଆନେ ଆହାଲାଦ ଦାନ
ନୟନେ ଯାହାର ଶତେକ ଯୁଗର
ଯାତନା ଜ୍ଜ୍ୱାଳା କଷଣ ॥
ନାରୀ ଯେ ଜନନୀ ଶକ୍ତି ସ୍ୱରୂପିଣୀ
ନାରୀ ଅଟେ ନାରାୟଣୀ
ନାରୀ ଅର୍ଦ୍ଧାଙ୍ଗିନୀ ସୂଜନ କାରିଣୀ
ଚରାଚର ନିୟନ୍ତ୍ରିଣୀ ॥
ନାରୀ ଜଗଦ୍ଧାତ୍ରୀ ଜଗଦ୍ଦମ୍ବା ପରି
ସାହସ ଶକତି ମନ
ନେଇ ଜଗତର କଲ୍ୟାଣ ଅପାର
କରି ଥାଏ ଚିରନ୍ତନ ॥
ନାରୀ ଗୁଣମୟୀ ନାରୀ ହିଁ ଈଶ୍ୱରୀ
ମାଆ ପ୍ରକୃତି ରୂପିଣୀ
ନାରୀ ଯେ ସକଳ ଶକତି ଆଧାର
ଦୁଃଖ ଦୁର୍ଗତିନାଶିନୀ ॥
ନବ ନବ ବିଭା ନବୀନ ପ୍ରତିଭା
ନବ‐ଉନ୍ମେଷ ‐ଶାଳିନୀ
ନବ ଚେତନାର ସୁବାର୍ତ୍ତା ପ୍ରସାର
ସବୁଠି ନାରୀ ଅଗ୍ରଣୀ ॥
ନାରୀ ପରି କେହି କହ ଅଛି କାହିଁ
ସହନଶୀଳା ଜନନୀ
ନବୀନ ଚେତନା ପ୍ରାଣେ ଆଶ୍ୱାସନା
ଭବ ତାପ ବିନାଶିନୀ ॥
ନିଏ ଯେ ଚଳାଇ ନରକୁ ହଟାଇ
ଶାଶ୍ୱତ ଅନୁ ଗମନେ
ନାରୀହିଁ ପ୍ରେରଣା ନବ ଉନ୍ମାଦନା
ଯୋଗାଏ ଯେ ଜନ ମନେ ॥
ନାରୀ ଅଟେ ଭାର୍ଯ୍ୟା ନାରୀ ଅଟେ ପୂଜ୍ୟା
ନାରୀ ପାଇଁ ଚିରନ୍ତନ
ନଶ୍ୱର ଜୀବନେ ମଧୁର ନିସ୍ୱନେ
ପୂରବୀ ତୋଳେ ସ୍ପନ୍ଦନ ॥
ନବ ଆନନ୍ଦରେ ନବୀନ ରସରେ
ସରାଗେ ପ୍ରୀତି ପ୍ଲାବନ
ନଦୀ ତ୍ସୋତ ପରି ତରଙ୍ଗିତ କରି
ଚହଟାଏ ଉନ୍ମାଦନ ॥
ନାରୀ ଲାଗି ହସେ ଋଚିରେ ବିଭାସେ
ପରିବାର ଜନ ମନ
ନାରୀ ହିଁ ଯେ କର୍ତ୍ତ୍ରୀ ସନ୍ତାନ ସଂତତି
ସସ୍ନେହେ କରେ ପାଳନ ॥
ନବପ୍ରେମ ପ୍ରୀତି ପ୍ରଣୟ ଜାଗୂତି
ସ୍ନେହ ଶରଧା ରେ ମନ
ନାରୀ ହିଁ ଆକର୍ଷି ଅମିୟ ବରଷି
ଆଦରେ ଜିଣେ ପରାଣ ॥
ନ୍ୟଗ୍ରୋଧ ପରି ମଣ୍ତଳା ଯେ ନାରୀ
ନୀତିବିଦ୍ୟା ନୀତିବାଣୀ
ନିୟମକୁ ମାନି ନିଷ୍ଠାରେ ନିର୍ବାହ
କରେ ପୂଣ୍ୟ ପୂତ ‐ଘେନି ॥