STORYMIRROR

Samita Swain

Others

4  

Samita Swain

Others

ମୁଠାଏ ମାଟି

ମୁଠାଏ ମାଟି

1 min
422

ମାଟି ଆମ ମାଆ ମାଟି ଆମ ଗାଆଁ

ମାଟି ସ୍ୱପ୍ନ ମାଟି ସୁନା 

ମାଟିରେ ଖଟିଲେ ମାଟିର ମଣିଷ 

ପେଟକୁ ମିଳଇ ଦାନା


ମାଆ ମାଟି ସ୍ୱର ଲାଗଇ ଆପଣା

ନିଆରା ନିଜର ପଣ

ମନ ପୁରି ଯାଏ ମଗୁଶୁର ମାସେ

ଯେବେ ଘରେ ବସେ ମାଣ


 ମାଟିର ସେ ଘର ତା ଖଳା ଅମାର

ତାର ଭରା ଧାନ କ୍ଷେତ 

ସେଇ ମାଟି ଆମ ରତ୍ନର ଭଣ୍ଡାର 

ଆଶା, ଆଶ୍ରୟ, ଆଶ୍ରିତ 


ମାଟିର ଅଗଣା ତୁଳସୀ ଚଉରା

ଲାଗଇ ସତେକି ସ୍ୱର୍ଗ 

ମନେ ଭରିଦିଏ ଆତ୍ମୀୟତା ଭାବ

ମମତାର ଅନୁରାଗ 


ମାଟିର ମହକ ପ୍ରେମର ପ୍ରାବଲ୍ୟ

ଯୌବନର ଉପବନ 

କଳ୍ପବଟ ଛାୟା କରଇ ପ୍ରଦାନ

ସେ ମାଟି, ପାଣି, ପବନ


ମାଟିର ମଣିଷ ମାଟିର ଆଦର୍ଶ 

ମାଟିକୁ ଭରସା କରି

ଅନନ୍ତ ପ୍ରେମର ବନ୍ଧନରେ ବାନ୍ଧି 

ରଖିଛି ସଭିଙ୍କୁ ଧରି


ସେଇ ମାଟି ଧୂଳି ଦେହେ ହୋଇ ବୋଳି

କଟିଥାଏ ପିଲା ବେଳ 

ଆଖିରେ ନାଚଇ ଅନୁଭୂତି ସବୁ 

ମୁଠାଏ ମାଟିର ଖେଳ 


ଏଇ ମାଟି ଅଛି, ରହିଛି, ରହିବ

କେତେ ଯେ ଗଲେଣି ଚାଲି 

ଏହି ଘର,ବାଡି ଆମର,ତୁମର 

କହିକହି ଗଲେ ଖାଲି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍