Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

କବିରତ୍ନ ନୂତନ କୁମାର ବେହେରା

Abstract Inspirational

3  

କବିରତ୍ନ ନୂତନ କୁମାର ବେହେରା

Abstract Inspirational

ମୁଁ ପରମାତ୍ମାଙ୍କ ସନ୍ତାନ

ମୁଁ ପରମାତ୍ମାଙ୍କ ସନ୍ତାନ

1 min
143


ପରଂବ୍ରହ୍ମ ପରମାତ୍ମା ଜଗତ ପିତା

      ବିଶ୍ଵ ବ୍ରହ୍ମାଣ୍ଡର ସେ ସର୍ବମୟ କର୍ତ୍ତା,

ସଂସାରର ସେ ବିଧି ବିଧାନ ବିଧାତା

      ଏ ସୁନ୍ଦର ମଧୁମୟ ସୃଷ୍ଟିର ନିର୍ମାତା।

ମୁଁ ପରମାତ୍ମାଙ୍କ ସନ୍ତାନ ରୂପେ ଜନ୍ମି

    ବସୁମାତାର କୋଳେ ରହି ବୁଲେ ଭ୍ରମି,

ତା' ପାଣି ପବନେ ହୁଏ ମୁଁ ପରାକ୍ରମୀ

     ଏ ତ ମୋ ଅତି ଆପଣାର ମାତୃଭୂମି।

ପିତାର ଶରଧା ମାଆର ମମତାରେ

    ହସୁଛି ଖେଳୁଛି ମୁଁ ସାରା ସଂସାରରେ,

ସୂର୍ଯ୍ୟ ଚନ୍ଦ୍ରଠାରୁ ତାଙ୍କ ଆଶିଷ ଝରେ

     ସୁଷମା ପ୍ରକାଶି ପ୍ରକୃତି ଦୟା କରେ।

ଦେଇଛନ୍ତି ପିତା ପରାମାତ୍ମା ଜୀବନ

   ସାଥେ ତାର ବିଦ୍ୟା ବୁଦ୍ଧି ବିବେକ ଜ୍ଞାନ,

ସତ୍ୟ ପଥେ ରହି କରେ ମୁଁ ତାଙ୍କୁ ଧ୍ୟାନ 

    ସେହି ମୋର ବ୍ରତ ଉପାସନା ସାଧନ।

ରଖନ୍ତୁ ମାୟା ମୋହରୁ ଉଦ୍ଧାର କରି

     ଶରଣରେ ତାଙ୍କ କରୁଛି ମୁଁ ଗୁହାରି,

ମିଛ ଆଶା ତୁଚ୍ଛ ଇଚ୍ଛା ନିଅନ୍ତୁ ହରି

    ଏ ଭବ ସାଗରରୁ କରନ୍ତୁ ସେ ପାରି।

ଓଳିକର ଜୀବନ ନିମିତ୍ତ ମାତର 

     ମନରୁ ଦୂର ହେଉ ଗର୍ବ ଅହଙ୍କାର,

ଶାନ୍ତ ସରଳ ନମ୍ର ବିନୟୀ ଉଦାର

   ରହି କଟିଯାଉ ଦିନ ଜୀବନେ ମୋର।

ପରମାତ୍ମା ପ୍ରଭୁ ଦେଇଛନ୍ତି ଜନମ

      ମଧୁମୟ କରିବାକୁ ଏ ଧରାଧାମ,

ଶୁଦ୍ଧ ପବିତ୍ର ମନେ ପାଳି ମୋ ଧରମ

      ପରମ ପିତାଙ୍କୁ କରୁଥିବି ପ୍ରଣାମ।


Rate this content
Log in