STORYMIRROR

Kalyani Nanda

Others

3  

Kalyani Nanda

Others

ମୁଁ ଓ ସମୁଦ୍ର

ମୁଁ ଓ ସମୁଦ୍ର

1 min
307

ଆଜି ବି ସନ୍ଧ୍ୟା ଆଗତ,

ଅସ୍ତରାଗରେ ରଞ୍ଜିତ ସମୁଦ୍ର,

ତଟଦେଶେ ଉତ୍ତାଳ ଲହରୀର ଗର୍ଜନ,

ସିକ୍ତ ବାଲୁକା ରେ ଆଜି ଖାଲି ମୋ ପାଦ ଚିହ୍ନ।

ସମୁଦ୍ର ଆଉ ମୁଁ ଆଜି ଦୁହେଁ ନିଜ ଭିତରେ ମଗ୍ନ,

ସେଦିନ ତୁମ ସାଥେ ସିକ୍ତ ବାଲୁକାରେ,

ତୁମ ପାଦ ଚିହ୍ନ ସାଥେ ମୋ ପାଦ ଚିହ୍ନ ଦେଖି,

କି ଅହନ୍ତା ଥିଲା ଏଇ ସମୁଦ୍ର ଢେ଼ଉ ର,

ମନେ ଅଛି, ଢେଉ ଆସି ଲିଭାଇ ଦିଏ ଥରକୁ ଥର,

ସେଇ ପାଦ ଚିହ୍ନ ସବୁ ଥିଲା ତୁମର ଓ ମୋର,

ହେଲେ ଆଜି ସମୁଦ୍ର ଟା ଅନୁଭବି ପାରିଛି ମୋ ନିସଙ୍ଗତା ,

ଚୁପକରି ଆସି ଧୀରେ ଛୁଇଁ ଯାଉଛି ମୋ ପଦଯୁଗଳ,

ସେ ବି ବୋଧେ ଆଜି ମୋ ପରି ହୋଇଛି ନିଃସଙ୍ଗ,

ତା ନିଃସଙ୍ଗତାର ଗାଥା ଲହରୀ ମୋତେ କହିଯାଉଛି ବାରମ୍ବାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍