STORYMIRROR

SARADA NAYAK

Others

3  

SARADA NAYAK

Others

ମୁଁ ନୂତନ ଯୁଗର କବି।

ମୁଁ ନୂତନ ଯୁଗର କବି।

1 min
393

ସ୍ମାର୍ଟ୍ ଯୁଗର ମୁଁ ସ୍ୱାଧୀନ ଲେଖକ

ଲେଖାଟା ଯେ ମୋର ହବି

ଟିପୁଛି, ଟିପିବି, ଟିପି ଟିପିକା ଲେଖିବି

କାହିଁକି ନା,

ମୁଁ ନୂତନ ଯୁଗର କବି।।


ଇଂରାଜୀ ହିନ୍ଦୀରୁ ଉତାରି ଉତାରି

ଓଡ଼ିଆରେ ମୁଁ ଛାପି ଦେବି

ଯଦି କିଏ ଧରେ ମୁଁ ତା'ର ଧରିବି

କାହିଁକି ନା,

ମୁଁ ନୂତନ ଯୁଗର କବି।।


ଯୋଗାଡ଼ ଯନ୍ତ୍ରରେ ବହି ଛପା ହୁଏ

ତଥାପି ସମ୍ମାନ ପାଇଁ କି ଲବି

ପାଞ୍ଚଟା ଲବିରେ, ହଁ'ଗୋଟେ ମୁଁ ଗୋଟାଏ

କାହିଁକି ନା,

ମୁଁ ନୂତନ ଯୁଗର କବି।।


ସାମାଜିକ ମାଧ୍ୟମ ଅଲୋଡ଼ା କଲମ

ଆଙ୍କେ, ଧାଡ଼ି ବୁଝିବାକୁ ଛବି

ଦିଏ ଅବୁଝାକୁ ଧାଡ଼ି-ବୁଝା ପାଇଁ ବେବି

କାହିଁକି ନା,

ମୁଁ ନୂତନ ଯୁଗର କବି।।


ଭଞ୍ଜଠୁ ମେହେର ମୋଠୁ କାହିଁ କେତେ ଦୂର

ହେଲେ ମୋବାଇଲି ମୋର ଚାବି

କଥାରେ ନଥାରେ ଗଢ଼େ କବିତା ମୋହର

କାହିଁକି ନା,

ମୁଁ ନୂତନ ଯୁଗର କବି।।


ମୁଖପୁସ୍ତିକାରେ ଛାପି ଦେଲା ପରେ

ଥାଏ ମୁଁ ମତ-ପସନ୍ଦ କୁ ଜଗି

ଅଙ୍କ ତା'ଅଧିକେ ମୋ କବିତ୍ଵକୁ ମାପେ

କାହିଁକି ନା,

ମୁଁ ନୂତନ ଯୁଗର କବି।।



Rate this content
Log in