ମୁଁ ନିଷ୍ଠୁର ନୁହଁ
ମୁଁ ନିଷ୍ଠୁର ନୁହଁ
ମୁଁ ନିଷ୍ଠୁର ନୁହଁ
ଫୁଲ ପରି କୋମଳ ହୃଦୟର,
ତୁମ ନାମକରଣରେ ସାଜିଯାଇଛି ମୁଁ
ଗ୍ରୀଷ୍ମ, ବୈଶାଖ, ଝାଂଜି, ଉତ୍ତପ୍ତ,
ପ୍ରଚଣ୍ଡ, ନିଆଁ, କାଳବୈଶାଖୀ...
କିନ୍ତୁ ମୁଁ ତ ମାତ୍ର ଋତୁଚକ୍ରର ପ୍ରଥମ ଋତୁଟିଏ.. ।
ଯଦି ବା ମୁଁ ନିଷ୍ଠୁର
ମାନବ ମାନେ କ'ଣ ଦୟାଳୁ ?
ବୃକ୍ଷକୁ ହାଣି , ଜନବସତି ଓ କଳକାରଖାନା ଗଢି
ଗାଡି,ମୋଟର ର ଧୂଆଁ, ଜନସଂଖ୍ୟା ବୃଦ୍ଧି କରି
କ୍ଷେପଣାସ୍ତ୍ର ପରୀକ୍ଷା କରି
ଅଙ୍ଗାରକାମ୍ଳ, ମିଥେନ,
କ୍ଲୋରଫ୍ଲୋର କାର୍ବନର ମାତ୍ରା ବଢ଼ାଇ
ଓଜନ ସ୍ତରକୁ ଦୁର୍ବଳ କରି
ତାପମାତ୍ରା ବୃଦ୍ଧି କରିବାରେ ଲାଗିଛନ୍ତି ।
ସମ୍ମାନ ପାଇଁ, ଲୋକ ଦେଖାଣିଆ ପାଇଁ
ମାନବ ମାନେ ବୃକ୍ଷରୋପଣ କରୁଛନ୍ତି
ସମୁଦ୍ରକୁ ଆଞ୍ଜୁଳାଏ ପାଣି ପରି... ।
ତା'ପରେ ବି କହିବେ,
ନିଷ୍ଠୁର ଗ୍ରୀଷ୍ମର ଉତ୍ତାପ୍ତରେ
ନଈ, ନାଳ, ପୋଖରୀ ସବୁ ଶୁଖିଗଲା,
ଅଂଶୁଘାତରେ ଲୋକଙ୍କୁ ମାରିଦେଲା,
ପଚାଶ ବର୍ଷର ତାପମାତ୍ରା ରେକର୍ଡ ଭାଙ୍ଗିଦେଲା,
ଫୁଲ, ଗଛଲତା ସବୁ ଜାଳିପୋଡି ଦେଲା,
ବନ୍ୟଜନ୍ତୁ ପକ୍ଷୀ ମାନବଙ୍କୁ
ତା' ଉତ୍ତାପ୍ତରେ ମାରିଦେଲା,
ସତରେ କ'ଣ
ଏସବୁ ପାଇଁ ମୁଁ ହିଁ ଦାୟୀ ?
ନା, ଥରେ ଚିନ୍ତାକରନ୍ତୁ
ମାନବ ନିଜେ ହିଁ ଦାୟୀ ।
ନିଜେ ନିଜର ବିନାଶ କରେ
ଆଉ ଦୋଷ ଅନ୍ୟ ଉପରେ ଲଦିଦିଏ ।
ମୁଁ ନୁହଁ,
ମାନବ ହଁ ସ୍ୱାର୍ଥପର
ମାନବ ହିଁ ନିଷ୍ଠୁର... ।
ମୁଁ ତ କେଵଳ ଋତୁଚକ୍ରର ଆଦ୍ୟ ଋତୁଟିଏ ମାତ୍ର...
ମାନବ ମୋତେ ଯେମିତି ନଚାଏ
ମୁଁ ସେମିତି ହିଁ ନାଚେ.. ।