STORYMIRROR

Bhagabat Sahoo

Others Children

4  

Bhagabat Sahoo

Others Children

ମୁଁ ଜୀବ ଟେ

ମୁଁ ଜୀବ ଟେ

1 min
379


ମାରନା ମାରନା ମାରନା ମୋତେ

ମୁଁ ତୁମ ପରି ଅଟେ ଜୀବଟେ

ତୁମପରି ମୋର ସଂସାର ରହିଛି

ଚାଲିଗଲେ ସବୁ ଖୋଜିବେ ମୋତେ !!

ମା ଠାରୁମୋତେ କରନା ଅଲଗା

ଭ ଉଣୀ ପାଖରୁ ଦୂର ନା ଭାଇ

ଭାଇର ପାଖରୁ ଦୁରାଅ ନା ଭାଇ

ସ୍ନେହ ଓ ମମତା ତୁଟେଇ ଦେଇ!!

ପ୍ରେମିକା ପାଖରୁ ନିଅନା ଛଡେଇ

ପ୍ରେମର ସମ୍ପର୍କ ଦେଇ ତୁଟେଇ

ଆଗାମୀ ସଂସାର ଭାଙ୍ଗି ମୋଦିଅନା

ବଞ୍ଚି ରହିବାକୁ ବିଧବା ହୋଇ !!

ମୋ ପରି ଯଦି ତୁମରି ଉପରେ

ଏହି ଦୁଃଖ ଯାଏ ଜୀବନେ ବହି

ସହି ପାରିବକି ଆତ୍ମୀୟ ବିଛେଦ 

ଛାତିରେ ତୁମର ପଥର ଥୋଇ !!

କାହିଁକି ମାରୁଛ ନିରୀହ ପଶୁଙ୍କୁ

ତୁମରି ଟିକିଏ ଆନନ୍ଦ ପାଇ

ପ୍ରାଣ ଯଦି ତୁମେ ଦେଇ ନପାରିବ

ଅନ୍ୟର ଜୀବନ ନିଅ କିମ୍ପାଇ !!

ଗୁହାରୀ କରୁଛି ବିନତି କରୁଛି

ଆମକୁମଣିଷ ମାରନ୍ତୁ ନାହିଁ

ତୁମ ପରି ଆମେ ସଂସାରେ ବଞ୍ଚିବୁ

ବିଧାତା ନିୟମ ଅଟେ ତ ଏହି !!


Rate this content
Log in