Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debaki Behera

Others

3  

Debaki Behera

Others

ମୁଖ୍ୟମନ୍ତ୍ରୀଙ୍କ ପାଇଁ ପଦେ

ମୁଖ୍ୟମନ୍ତ୍ରୀଙ୍କ ପାଇଁ ପଦେ

1 min
28



ଓଡ଼ିଶାର ହର୍ତ୍ତା କର୍ତ୍ତା ଦଇବ ବିଧାତା

ନବୀନ ବାବୁ ହେ ତୁମ୍ଭେ ଆମର ତ ନେତା।

ଏକ ନମ୍ବର ପାଇଛ ମୁଖ୍ୟମନ୍ତ୍ରୀ ରୂପେ

ରାଜ୍ୟର ସ୍ଥିତିକୁ ପୁଣି ନଦେଖ ସମୀପେ।

ପ୍ରାକୃତିକ ବିପର୍ଯ୍ୟୟ ଆସିବାର ବେଳେ

ଆପଣଙ୍କ ରଣନୀତି ହୁଅଇ ସଫଳେ।

ନବୀନ ବାବୁ ହେ ମୋର ଅଛି କିଛି ଶଙ୍କା

ଉତ୍ତର ଦେଇଣ ମୋର ମନକର ଫାଙ୍କା।

ଏକ ନମ୍ବର ପାଇଲେ ତୁମ୍ଭେ ତ ଆପଣ

ରାଜ୍ୟ ମୋର ପଛେ କାହିଁ ସବୁଠାରେ ପୁଣ।

ଦରିଦ୍ର ରାଜ୍ୟ ରୂପରେ ଓଡ଼ିଶା ଆଗୁଆ

ଭୋକରେ ମରନ୍ତି କିଛି ଜାଗାରେ ଓଡ଼ିଆ।

ରୋଜଗାର ନାହିଁ ଭାଇ ଯାଏ ମୋ ବିଦେଶ

ଦାଦନ ଖଟେ ସେ ଯାଇ ସୁରଟ ରେ ବାସ।

ମଦ ବିକ୍ରି ପାଇଁ ପୁଣି ମୋ ରାଜ୍ୟ ଆଗୁଆ

ଏକ ନମ୍ୱର ମନ୍ତ୍ରୀ ପୁଣି ଏଥିରେ ଯେ ଠିଆ।

ରୋଜଗାର ନାହିଁ ଏଠି ନାହିଁ ଏଠି ଶିଳ୍ପ

ରାଜନୀତି ତଳେ ଚପେ ବାପ ଭାଇ ଗଳ୍ପ।

ଦୁର୍ନୀତି ଓ ଭ୍ରଷ୍ଟାଚାର ଚାଲେ ଖୁଲମଖୁଲା

କିଛି ଶୁଭେ ନାହିଁ କିବା ଅଟ ତୁମେ କାଲା।

ଟଙ୍କାକିଆ ଚାଉଳ ଦେଇ ଭୋଟ କିଣୁଛ

ପାଞ୍ଚ ଟଙ୍କାରେ ଖାଦ୍ୟ ଦେଇ ବଡ଼ ବୋଲାଉଛ।

ଓଡ଼ିଆ ତ ଶିଖି ପାରିଲାନି ଆଜି ଯାଏଁ

କି ଦୋଷ ଦେବି ତୁମ୍ଭକୁ ମୁଣ୍ଡ ମୋ ଘୁରାଏ।

ତୁମ୍ଭ ଠାରୁ ଆଶା ଥିଲା ଅନେକ ଆମର

ଗରିବଙ୍କ ଦୁଃଖ କରିପାରିନାହଁ ଦୂର।

ଶଙ୍ଖ ଫୁଙ୍କି ଫୁଙ୍କି ଗଲା କୋଡ଼ିଏ ବରଷ

ହେଲେ ରାଜ୍ଯମୋର ସେଇ ଗରୀବର ବେଶ।

ବିଜୁ ବାବୁଙ୍କର ପୁତ୍ର ଅଟ ପରା ତୁମ୍ଭେ

କେଉଁ ଗୁଣେ ଆଗେଇଛ ରାଜ୍ୟକୁ ଯେ ତୁମ୍ଭେ।

ଭୁଲ୍ ଥିଲେ ସୁଧିଜନେ ଦୋଷ ନ ଧରିବ

ମୁଖ୍ୟମନ୍ତ୍ରୀ ପାଖେ ମୋର ଅଳି ତ ରହିବ।



Rate this content
Log in