ମୃତ୍ୟୁ ଆସେ ସମସ୍ତଙ୍କ ପାଇଁ
ମୃତ୍ୟୁ ଆସେ ସମସ୍ତଙ୍କ ପାଇଁ
ମୃତ୍ୟୁ ଆସେ ଚୁପଚାପ
କାହାରିକୁ ନଜଣାଇ
ସୁଖୀ ଅବା ଦୁଃଖୀ
ଧାର୍ମିକ କି ପାପୀ
ପାର୍ଥକ୍ୟ ଜାଣେ ନାହିଁ
ଧନୀ କି ଦରିଦ୍ର
କଳା ଅବା ଗୋରା
ଅନ୍ତର କରେ ନାହିଁ
ଭଲ କଣ ମନ୍ଦ କଣ
ବୁଝିବାକୁ ଚେଷ୍ଟା କରେ ନାହିଁ
ସମସ୍ତଙ୍କ ଅଲକ୍ଷ୍ୟରେ
ଟାଣିନିଏ ନିଜ କୋଳକୁ
ଦୁର୍ଲ୍ଳଭ ଜୀବନକୁ ।
ମଣିଷ ତ ବୁଝେ ନାହିଁ
ବଞ୍ଚିବା କୌଶଳ ଆଉ ସମୟର ବଳ
ଆଉ ସମୟର ବୟସ
ଛୋଟ ଛୋଟ ଖୁସିକୁ ଅଣଦେଖା କରି
ସୁଖ ପଛରେ ଧାଉଁ ଥାଏ
ଦୁଃଖକୁ ସାଉଁଟୁ ଥାଏ
ଲୁହ ଦରିଆରେ ଭାସୁଥାଏ
ମୃତ୍ୟୁ ସବୁ ଦେଖି ହସୁଥାଏ ।
ମୃତ୍ୟୁ ହିଁ କେବଳ ଜାଣେ
ଜୀବନର ମୂଲ୍ୟ ଆଉ ସମୟର ଖେଳ
ସେଇଥିପାଇଁ ତ ସେ ଆସେ
ବହୁଦୁର କଣ୍ଟକିତ ପଥ ଦେଇ
ଅନେକ ଘୃଣାର ଶିକାର ହୋଇ
ଦୁର୍ମୁଲ୍ୟ ଜୀବନକୁ
ଆଦରରେ ସାଉଁଟି ନେବାପାଇଁ
ଭେଦଭାବ କରେ ନାହିଁ
ମୃତ୍ୟୁ ଆସେ ସମସ୍ତଙ୍କ ପାଇଁ ।
