STORYMIRROR

Minati Rath

Others

3  

Minati Rath

Others

ମୃତ୍ୟୁ ଆସେ ସମସ୍ତଙ୍କ ପାଇଁ

ମୃତ୍ୟୁ ଆସେ ସମସ୍ତଙ୍କ ପାଇଁ

1 min
420

ମୃତ୍ୟୁ ଆସେ ଚୁପଚାପ

କାହାରିକୁ ନଜଣାଇ

ସୁଖୀ ଅବା ଦୁଃଖୀ

ଧାର୍ମିକ କି ପାପୀ

ପାର୍ଥକ୍ୟ ଜାଣେ ନାହିଁ

ଧନୀ କି ଦରିଦ୍ର

କଳା ଅବା ଗୋରା

ଅନ୍ତର କରେ ନାହିଁ

ଭଲ କଣ ମନ୍ଦ କଣ

ବୁଝିବାକୁ ଚେଷ୍ଟା କରେ ନାହିଁ

ସମସ୍ତଙ୍କ ଅଲକ୍ଷ୍ୟରେ

ଟାଣିନିଏ ନିଜ କୋଳକୁ

ଦୁର୍ଲ୍ଳଭ ଜୀବନକୁ ।


ମଣିଷ ତ ବୁଝେ ନାହିଁ

ବଞ୍ଚିବା କୌଶଳ ଆଉ ସମୟର ବଳ

ଆଉ ସମୟର ବୟସ

ଛୋଟ ଛୋଟ ଖୁସିକୁ ଅଣଦେଖା କରି

ସୁଖ ପଛରେ ଧାଉଁ ଥାଏ

ଦୁଃଖକୁ ସାଉଁଟୁ ଥାଏ

ଲୁହ ଦରିଆରେ ଭାସୁଥାଏ

ମୃତ୍ୟୁ ସବୁ ଦେଖି ହସୁଥାଏ ।


ମୃତ୍ୟୁ ହିଁ କେବଳ ଜାଣେ

ଜୀବନର ମୂଲ୍ୟ ଆଉ ସମୟର ଖେଳ

ସେଇଥିପାଇଁ ତ ସେ ଆସେ

ବହୁଦୁର କଣ୍ଟକିତ ପଥ ଦେଇ

ଅନେକ ଘୃଣାର ଶିକାର ହୋଇ

ଦୁର୍ମୁଲ୍ୟ ଜୀବନକୁ

ଆଦରରେ ସାଉଁଟି ନେବାପାଇଁ

ଭେଦଭାବ କରେ ନାହିଁ

ମୃତ୍ୟୁ ଆସେ ସମସ୍ତଙ୍କ ପାଇଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍