ମୃଦଙ୍ଗ ମୁରଲୀ
ମୃଦଙ୍ଗ ମୁରଲୀ
॥ ମୃଦଙ୍ଗ ମୁରଲୀ ॥
ଗୌରାଙ୍ଗ ହାତରେ ମୃଦଙ୍ଗ ବାଜୁଛି
କାହ୍ନୁ ହାତେ ବାଜେ ମୁରଲୀ
ଜଣେ ବାଜୁଛି ଢାଉଁ ଢାଉଁ
ଜଣେ ସତେ କୋଇଲି ॥
ଖାଉଛି ପ୍ରହାର କାନ୍ଦୁଛି ମୃଦଙ୍ଗ
ମୁରଲୀ ଗାଉଛି ଆନନ୍ଦେ
ଦେଖି ମୁରଲୀ ର ଖିଲି ହସ
କହେ ମୃଦଙ୍ଗ କ୍ରୋଧେ ॥
ଧନ୍ୟ ରେ ମୁରଲୀ ଧନ୍ୟ ତୋର ହସ
କାହ୍ନୁ ଦୟା ରେ ତୁ ହସୁଛୁ
କାହୁଁ ବୁଝିବୁ ତୁ ମୋର ଦୁଃଖ
ମୋତେ ହସି ଦେଖୁଛୁ ॥
ମୃଦଙ୍ଗ ର କଥା ଶୁଣିଲା ମୁରଲୀ
ଅଳପ ହସି ସେ କହିଲା
ତୋର ହୃଦୟେ ମାରିଛୁ ତାଲା
ମୋର ହୃଦୟ ଖୋଲା ॥
ହୃଦୟେ ନାହିଁ ମୋ ଛନ୍ଦ କି କପଟ
ମନ ହୃଦୟ ମୋ ସମାନ
ମୋର ହୃଦୟେ ଥାଏ ଯେ ଭାବ
ମୂଖେ ନଥାଏ ଆନ ॥
କହୁ ରେ ମୃଦଙ୍ଗ ମୁହଁ ଟାଣ କରି
ହୃଦୟେ କପଟ ଭରିଛୁ
ତୋର ହୃଦୟେ ରହିଛି କିଛି
ମୂଖେ କିଛି କହୁଛୁ ॥
ସେଥିପାଇଁ ତୁହି ଖାଉଛୁ ପ୍ରହାର
କାହ୍ନୁ ଓଠ ଛୁଇଁ ଯାଏ ମୁଁ
ସେଇ ମୋହନ ମୁରଲୀ ଛନ୍ଦେ
ବାଜି ଉଠୁଛୁ ତୁ ॥
<<ଜ୍ୟୋତିରଞନ ସାହୁ>>