STORYMIRROR

Pramod Kumar Sahu

Others Children

3  

Pramod Kumar Sahu

Others Children

ମୋର୍ ଝି କାନ୍ଦିରି

ମୋର୍ ଝି କାନ୍ଦିରି

1 min
242


 ଭୁଗା ଏଡେ ମୁହୁ କରି ବସିଛେ ଦେଖ୍ ତୋ

ବାଏଲ୍ କେ ମୁକ୍ ଲା କରି 

ବନେ ବଲ୍ ବେ ଲୋକ୍ ଦେଖି କରି ତତେ

କହେବେ ଟୁକେଲ୍ ଟା ବଡା କାନ୍ ଦିରି ।।

 

ତର୍ ହଟ୍ ହଟା ଦେଖି ପରାସାରା ଲୋକ୍

ଡାଏକା ମାରୁଛନ୍ କେତେ 

ଧାଙ୍ଗ୍ ରି ଟେ ହେଇ ତର୍ ସୋର୍‌ ଜ୍ଞାନ୍ ନାଇଁ

ଲାଏଜ୍ ନାଇଁ ଲାଗ୍ ବାର୍ କାଏ ତତେ ।।


ମଏଧାନ୍ ସାରା ତୋ କିନ୍ ଦିରି ବୁଲୁଛୁ 

ରନ୍ଧା ବଢା ନାଇଁ କରି 

ମାଁ ଘରେ ସିନେ ଡେରେଇ ଧୁପେଇ ଖାଇ

ଶାସ୍ ଘରେ ନାଇଁ ପାରୁ ଚଲି ।।


ଆଏଜ୍ ଟୁକେଲ୍ ଅଛୁ କାଏଲ୍ ଭୁଆସେନ୍ ହେଇ

ସାସ୍ ଘର୍ କେ ଜିବୁ ଖଟି 

ନିନ୍ଦା ଅପବାଦ୍ ଶୁନି ନାଇଁ ପରୁ ରେ ମାଁ

ନାଇଁ କର୍ ଏନ୍ତା ଭୁର୍ କୁଟି ।।


ଲାଡେ ଗେଲେ ତତେ ଆଏଜ୍ ସିନେ ରଖିଛୁ

ସବୁ ଦୀନ୍ ପାର୍ ମୁଁ କାଏ ରଖି 

ତୁଇ ବି ତୋ ଦୀନେ କିହାର୍ ମାଁ ହେଇ କରି

ଲାଏଡ୍ ଗେଲ୍ ପାର୍ ବୁ ବୁଝି ।।


 ରୁଷା ଫୁଲା କାନ୍ଦି ଛାଡି ଦେ ମୋର୍ ବାଛି ରେ

 ଆ ଜତ୍ ନେ ଦେମି କୁରି ଝାରି 

ପଖାଲ୍ ଗର୍ ସେ ଖୁଏଇ ଦେମି ମୋର୍ ଧନ କେ

ମୋର୍ କୁଲେ ବସେଇ କରି ।।

 

ଚଲନ୍ ଘଟନ୍ ମାଏନ୍ ଗୁନ୍ ବେଭାର୍ କେ 

ପାର୍ ବୁ ଜେଭେ ନୁ ତୁଇ ଆକ୍ ଟି 

ଉନା ନାଇଁ ହୁଏ କେଭେଁ ନିଜର୍ ପନ୍

ଦୁଖ୍ ଦଷା ଭି ଯିବା ଅଟ୍ କି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍