STORYMIRROR

SUKANTA KHANDA

Others

4  

SUKANTA KHANDA

Others

ମୋହ

ମୋହ

1 min
442

ସାରା ସଂସାରଟା ମୋହରେ ଆବଦ୍ଧ

ଏହା ତ ଈଶ୍ବର ଦତ୍ତ

ତାକୁ ଖଣ୍ଡିବାକୁ କା'ର ସାଧ୍ଯ ଅଛି

ରହିଛି ରହିବ ନିତ୍ଯ।


ମୋହରେ ସଭିଏଁ ପାଗଳ ନିଶ୍ଚୟ

କହୁଛି ନିଜର କଥା

ତୁମ କଥା ଯଦି କହିଦେବି ଏବେ

ହୃଦୟ ହୋଇବ ବ୍ଯଥା ।


ସେ'ପାଇଁ ନିଜର କଥା ହିଁ କହୁଛି

ଶୁଣ ମନଦେଇ ପିଲେ

ଜନ୍ମ ହେବାକାଳୁ ଏଯାଏଁ ନିଜକୁ

ମୋହରେ ଏ ମନ ଝୁଲେ।


ଯେତେ ଦିଅ ଖାଦ୍ଯ ଖାଇ ଚାଲିଥିବି

ତଣ୍ଟିକି ପର୍ଯ୍ଯନ୍ତେ ମୁହିଁ

ଝାଡା଼ ହେଉ ଅବା ବାନ୍ତି ହୋଇଯାଉ

ସେ ଆଡ଼କୁ ଲକ୍ଷ୍ଯ ନାହିଁ।


ବଡ଼ ପଦବୀରେ ବସି ରହିଅଛି

ଦରମା ଯାହାକୁ ଯେତେ

ତଥାପି ଉପୁରି ନ ହେଲେ ନ ଚଳେ

କାହାର ନ ହେଉ ହିତେ।


କାହାକୁ ଜୀବନେ ସାହାଯ୍ଯ ଅଥବା

ସହଯୋଗ କରିନାହିଁ

ମୋହର ବନ୍ଧନେ ସ୍ବାର୍ଥରେ ସ୍ବାର୍ଥରେ

ନିଜ ପେଟ ଥାଏ ଚାହିଁ।


ନିଜର ପତ୍ନୀଟି ପାଖେଥିଲେ ସୁଦ୍ଧା

ପର ନାରୀ ପ୍ରତି ମୋହ

ବୁଢା଼ ହୋଇଲିଣି ତଥାପି କାହିଁକି

ଏମିତି ହେଉଛି କୁହ ।


ସବୁରି ମୂଳରେ ମୋହର ରାଜୁଛି

ହୃଦୟରେ ବାସ କରି

କରି କରାଉଛି ଭଲ ଅବା ମନ୍ଦ

ବୁଲାଉଛି ଘିରିଘିରି।


ମୋହ ମାୟା ଭ୍ରାନ୍ତି ମୂଢ଼ତା ଅଜ୍ଞାନ

ଏ ଦେହରେ ବିରାଜିତ

ନିମିତ୍ତ ମାତ୍ର ମୁଁ ଚାଲୁଛି ସର୍ବଦା

ୟାଙ୍କ ଦ୍ବାରା ସଞ୍ଚାଳିତ।


ଯାହା କରୁଅଛି ଭବିଷ୍ଯତ ପାଇଁ

ସବୁ ହିଁ ମୋହର ଶକ୍ତି

ତାଙ୍କଠାରୁ ଯେବେ ନିସ୍ତାର ମିଳିବ

ତେବେ ପାଇବି ମୁଁ ମୁକ୍ତି।


ମୋହର ଅଧିନ ହୋଇକି ଚାଲୁଛି

ସେପାଇଁ ନୀଚ୍ଚତା ମୁହିଁ

ନିଜ କଥା ପଦେ କହିଦେଲି ଏବେ

ନାକଟେକ ପଛେ ଚାହିଁ।

        


రచనకు రేటింగ్ ఇవ్వండి
లాగిన్