STORYMIRROR

DILIP KUMAR SAHOO

Others

3  

DILIP KUMAR SAHOO

Others

ମୋବାଇଲ

ମୋବାଇଲ

1 min
240


ଭଲା ମୋବାଇଲ ଭଲାରେ

କଅଁଳ କଳିସେ କୋମଳମତିଙ୍କୁ

ପୀରତି ପାଗଳ କଲାରେ.

ଅଳପ ବୟସ ଗଳପ ବେଶି

ରାତି ପାହିଯାଏ ସପନ ନେସି

ପ୍ରେମ ଇତିହାସ ପ୍ରେମର ଭୂଗୋଳ

ନିଦ ସବୁ ଧୋଇ ନେଲାରେ 

ଭଲା ମୋବାଇଲ ଭଲାରେ....

ବେଳ ସରିଯାଏ ସରେନି ଗପ

ଆଈମା କାହାଣୀ ଆକାଶ ଦୀପ

ଆଲୁରା କଥାର ଖିଅ ଖୋଲୁ ଖୋଲୁ

ବେଳତ ବଳେଇ ଗଲାରେ

ଭଲା ମୋବାଇଲ ଭଲାରେ..     

ଦୁଷ୍ଟାମୀ ପାଇଁ କି ମେଲେଇ ରାହା

ଅବାଟେ ଯିବାକୁ ହୁଅଇ ସାହା

ଅକୁହା କଥାକୁ ଶୁଣି ଶୁଣି ସଦା

ମନ ଆନମନା ହେଲାରେ

ଭଲା ମୋବାଇଲ ଭଲାରେ....

ଭଲ ଭେଲ କଥା ଭାବିବା ପାଇଁ

ପିଲାଙ୍କ ପାଖରେ ସମୟ କାହିଁ

ଗଢ଼ିବା ବୟସେ ପଢ଼ିବା ବୟସେ

ଅବସାଦ ବାଦ କଲାରେ

ଭଲା ମୋବାଇଲ ଭଲାରେ...

,

  


Rate this content
Log in