STORYMIRROR

Chittaranjan Nanda

Others

3  

Chittaranjan Nanda

Others

ମୋ ଢେଙ୍କାନାଳ

ମୋ ଢେଙ୍କାନାଳ

1 min
161

ମନ ଆଇନାରେ ଉଙ୍କି ମାରେ ଆଜି ଢେଙ୍କାନାଳ 

ସହରରେ ମୋର ଅଭୁଲା ଦିନର ଗାଥା

ସଜ ସଜ ଲାଗୁଛି ସେହି ଇତିହାସ କିନ୍ତୁ ଭାବିଲା

ବେଳକୁ ଅତୀତ କଥା ଲାଗଇ ବ୍ୟଥା ॥1॥


ଯାହାର ମାଟିର ସ୍ପର୍ଶରେ ମୋ ଭିତରେ ଫୁଟିଛି

ସୁନ୍ଦରତା ମୋର ପ୍ରିୟ ଢେଙ୍କାନାଳ ସେହି

ମୋ ମନ ମଧ୍ୟରେ ସେଠାରେ ଶିଖିଛି ଶ୍ରଦ୍ଧା ସ୍ନେହ 

ସମ୍ମାନ ଭଲପାଇବା ନୀତି ପାଳିବା ପାଇଁ ॥2॥


ଗିରି ନଦୀ ନଦ କାନନ ସରିତ ରମଣୀୟ ରୂପ 

ଥିଲା ଢେଙ୍କାନାଳରେ ଶୋଭାର ଶାଳା

ବୁକୁରେ ଖେଳାଏ ମୋର ନବ ଉନ୍ମାଦନା ସେହି

ଶସ୍ୟ କ୍ଷେତ ଲତା ମଞ୍ଜରୀର କୁସୁମ ମାଳା॥3॥


ଝଲସି ଉଠୁଛି ହଜିଲା ଦିନର ବାସ ଚାରୁ ସୁଷମାର 

ଐଶ୍ୱର୍ଯ୍ୟପୁରୀ ମୋ ଢେଙ୍କାନାଳ ସହରର

ଦେଖାଉଛି ଆଜି ପୁଣ୍ୟମୟ ଧାରା ଅମୃତ ପସରା

ଗଢିବାକୁ ଯେଉଠି ରହେ ନୂତନ ଯୁଗର ଆସ ॥4॥


ସଂସାରରେ ହିଂସା ଘୃଣା ବାଦ-ବିବାଦ ଆଦିର ଅନ୍ଧାର 

ନେଇ ମୁଁ ତ ଜନମ ନେଇଛି

ମୋତେ ଶିଖାଇଥିବା ସ୍ନେହ ମମତାର ସୁଧା ସମାହାର 

ମୁଁ ଜୀବନଯାକ ମନେ ରଖିଛି ॥5॥



Rate this content
Log in