Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manoj kumar Maharana

Others Tragedy

2  

Manoj kumar Maharana

Others Tragedy

ମନେପଡେ ଭାରି ମନେପଡେ

ମନେପଡେ ଭାରି ମନେପଡେ

1 min
353


ମନେପଡେ ଭାରି ମନେପଡେ

ପୁରୁଣା ଦିନର ମିଠା କଥା.....

ରାଜା ଥିଲା ଜଣେ ରାଣୀ ଥିଲା

ଦୁଇ ହୃଦୟ ଗୋଟିଏ ଥିଲା.....

ସୁଖ ଥିଲା ପୁଣି ପ୍ରେମ ଥିଲା

ଆଜି କାହିଁକି ସେ ସ୍ମୃତି ହେଲା...

ପ୍ରିୟା ଥିଲା ପ୍ରୀତି ଛୁଆଁ ଥିଲା

କାହିଁ ମୋ'ଠାରୁ ଦୂରେଇ ଗଲା....... (1)


ମୋ ଖାତାରୁ କାଗଜ ଚିରି

ଭସାଉଥିଲା ସେ ଡଙ୍ଗା କରି,

ଆଜି କେମିତି ସେ ପ୍ରେମ ଚିଠି

ନ ପଢି ହାତେ ଦେଉଛି ଚିରି,,

ବରଷା ହେଲେ ଗାଁ ଦାଣ୍ଡେ

ଭିଜି ନାଚୁଥିଲା ହାତ ଧରି,

ଆଜି ଏ ଜୀବନ ଚଲାପଥେ

କେମିତି ମୋ ହାତ ଦେଲା ଛାଡି,,


ଭୁଲିଗଲା ମୋତେ ଭୁଲିଗଲା

ମୋ ପ୍ରେମେ କେଉଁଠି ଭୁଲ ଥିଲା,

ପିଲା ଦିନ ସେଇ ପିଲା ଦିନ

ସତ ଥିଲା ଆଜି ମିଛ ହେଲା..... (2)


ମିଛ ବାହାଘର କେତେ ଖେଳ

ରଜ ଦୋଳି ଆଉ ନାନା ପର୍ବ,

ସ୍କୁଲ କଥା ବାଡ଼ି ଆମ୍ବ ଚୋରି

ଚିଠି ଦେଉଥିଲା ଫୁଲ ଧରି,,

ପିଲା ଦିନ ପ୍ରେମ କିଏ ଆଉ

ମନେ ରଖିଥିବ ଭୁଲିଗଲା,

ଦୁଇଟି ହୃଦୟ ଗୋଟେ ଥିଲା

କାହା ପ୍ରେମେ ଆଜି ପର କଲା,,


ପ୍ରେମ ଥିଲା ଏବେ ପ୍ରେମ ଅଛି

ମୋ ପ୍ରେମ ଥିଵ ତା ପାଇଁ ସଦା,

ଭୁଲିଗଲା ମୋ ପ୍ରେମକୁ ସିନା

ଝୁରିବ ଫେରି ଆସିବ ଏକଦା......... (3)


Rate this content
Log in