STORYMIRROR

Biswanath Nayak

Others

3  

Biswanath Nayak

Others

ମଲ୍ଲି

ମଲ୍ଲି

1 min
209


ବାତାୟନ ଫାଙ୍କେ 

ଚୋରା ଚଇତାଳି

ଧୀରେ ଧୀରେ ବହୁଥିଲା

ତା ସାଥିରେ ମଲ୍ଲି

ସୁମନ ସୁବାସ

ନିଦ ମୋର ହରି ନେଲା। 


ଭାବିଲି ସେ ବାସ

ବିତରୁଛି ଅବା

ମୋ ପ୍ରିୟା କବରୀ ହାର

ଅର୍ଦ୍ଧ ଉନ୍ମୀଳିତ

ନୟନେ ଚାହିଁଲି

ରିକ୍ତ ଥିଲା ଗଭା ତାର। 


ଝରକା ଫାଙ୍କରେ

ଚନ୍ଦ୍ରାଲୋକେ ଦେଖେ

ବାଡ଼ିରେ ଫୁଟିଛି ମଲ୍ଲି

ସୁବାସ ବିତରି

ମନ ମୋ ହରୁଛି

ମୃଦୁ-ବାତେ ହଲି ହଲି। 


କି ବର୍ଣ୍ଣିବି ତାର

ଅପରୂପ ଶୋଭା

କି ବର୍ଣ୍ଣିବି ତା ମହକ

ତନୁ ମନ ମୋର

ପୁଲକିତ ହେଲା

ନେତ୍ର ହେଲା ଅପଲକ। 


ସେ ଦିବ୍ୟ ସୁବାସ

ଅଙ୍ଗେ ଅଙ୍ଗେ ମୋର 

ଶିହରଣ ତୋଳୁଥିଲା

ଭାସି ବୁଲୁଥିଲି

ସେ ବାସ-ତରଙ୍ଗେ

ଭବ ବନ୍ଧନ ନଥିଲା। 


ମନ ମୋର ହୋଇ

ଫୁଲଠୁ ହାଲୁକା

ହଜିଗଲା ସେ ସୁବାସେ

ସଂସାର ବନ୍ଧନୁ

ମୁକ୍ତ ହୋଇ ଭକ୍ତ

ହଜେ ଯେହ୍ନେ ଭକ୍ତି-ରସେ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍