STORYMIRROR

Akshaya Dash

Children Stories Inspirational Children

4  

Akshaya Dash

Children Stories Inspirational Children

ମଗୁଶୁରକୁ ଆସୁନ ବୁଲି

ମଗୁଶୁରକୁ ଆସୁନ ବୁଲି

1 min
7

ସାଙ୍ଗ ପାଖକୁ ଲେଖୁଛି ଚିଠି,

ତୁମ ସହିିତ ଆମର ମିଟି।

ମଗୁୁୁଶୁରକୁ ନଯିବ ଭୁଲି 

ଆମଗାଁକୁ ଆସିବ ବୁଲି ।

ମାଣବସାରେ ଆମଗାଁ ମାଟି,

ଝୋଟିଚିତାରେଘରକୁ ଛାଟିl

ମାଣକୁ ନୂଆ ଧାନରେ ଭରି,

ଲକ୍ଷ୍ମୀକୁ ମାଆମାଉସୀ ବରି।

ଠାକୁର ଘରେ ଖଟୁୁୁଲିି ଥୋଇ,

ଘରବାହାର ଜଳରେ ଧୋଇ।

ପାଟଶାଢ଼ୀରେ ଘୋଡେ଼ଇ ମାଣ,

ସିନ୍ଦୁର ଦୂୂବ ଫୁୁଲକୁ ଜାଣ।

ଗୁଆ କୋଉଡି ରଖନ୍ତି ଆଣି,

ଛିଚିଦିଅନ୍ତି ଗଙ୍ଗାଙ୍କ ପାଣି।

ଗୁଗୁଳ ଝୁଣା ଦୀପରେ ଘିିଅ,

ପୂଜାରେବସି ବୋହୂକି ଝିଅ।

ବନ୍ଦେଇ ଦେଇ ବଜାଇ ଶଙ୍ଖ,

ହୁଳାହୁଳିରେ ହୁଅନ୍ତି ରଙ୍କ।

ପିଠା ପଣାରେ ଉଛୁଳେ ଘର ,

ଲଭନ୍ତି ବସି ମାଆଠୁ ବର।

ଯିବନି ତୁମ ମିତକୁ ଭୁଲି,

ଆସିିବ ମଗୁଶୁରକୁ ବୁଲି।।


Rate this content
Log in