Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tapan Kumar Biswal

Children Stories Inspirational Children

3.0  

Tapan Kumar Biswal

Children Stories Inspirational Children

ମାଟି ସିଲଟ

ମାଟି ସିଲଟ

1 min
223



ଅଲଗା କିଛି ଆନନ୍ଦ

ଆଉ କିଛି ନୂଆ ଉତ୍ସାହ

ମନରେ ଉଙ୍କି ମାରେ ଏମିତି ଅନେକ କିଛି

ଭୟ ମଧ୍ୟ ଭରପୁର

ରହିଥାଏ ମନ ମଧ୍ୟରେ ll


ନୂଆ ନୂଆ ତ 

ନିଜଠାରୁ ମଧ୍ୟ ଅଧିକ ନିଜର ଲାଗେ

ବିଶେଷ ଯତ୍ନ ନେଉ

ନିଜଠାରୁ ମଧ୍ୟ ଅଧିକ ll


ଡର ଲାଗୁଥାଏ

କାଳେ ଭାଙ୍ଗିଯିବ

ନୂଆ ତ ନିଶ୍ଚୟ ମିଳିବ

କିନ୍ତୁ ମାଡ଼ ତା ତୁଳନାରେ 

ଢେର ଅଧିକ ମିଳିବ ll


ଏମିତି ଅନେକ କିଛି

ଅଭୂଲା ଚିରସ୍ମରଣୀୟ ସ୍ମୃତି

ଯୋଡିହୋଇ ରହିଛି

ଏହି ମାଟି ସିଲଟ ସହିତ ll


ଏହା ହୋଇପାରେ ଅତୀତ

କିନ୍ତୁ ଏବେ ମଧ୍ୟ 

ମାନସ ପଟରେ ଜୀବନ୍ତ 

ଏହା ନିଶ୍ଚିତ ll


ଜୀବନର ପ୍ରଥମ ଶିକ୍ଷା ଆଉ ସଂସ୍କାର

ସଂସ୍କୃତି ଏବଂ ନୀତିଶିକ୍ଷା

ଆରମ୍ଭ ହେଉଥିଲା

ଏହି ମାଟି ସିଲଟ ମାଧ୍ୟମରେ ll


କିନ୍ତୁ ଏବେ ବିଜ୍ଞାନର

ଦ୍ରୁତ ଅଗ୍ରଗତି ସହିତ

ବଦଳି ଯାଇଛି ପରିବେଶ

ଏବଂ ପରିସ୍ଥିତି ll


ମାଟି ସିଲଟ ନିଜର ପରିଚୟ

ଏବେ ମଧ୍ୟ ଖୋଜୁଛି କିନ୍ତୁ 

ରହିଯାଇଛି ବିଜ୍ଞାନର 

ପରଦା ଆଢୁଆଳରେ ll


କିନ୍ତୁ ଦିନେ ନା ଦିନେ

ଏହି ମାଟି ସିଲଟ ହିଁ ଥିଲା

ଶିକ୍ଷା ଦାନ ର ପ୍ରମୁଖ ଏବଂ ଏକମାତ୍ର ବିକଳ୍ପ

ଏହା ହିଁ ସତ୍ୟ ll





Rate this content
Log in