STORYMIRROR

Pinku Ranbida

Others

3  

Pinku Ranbida

Others

ମାଁ

ମାଁ

1 min
213

ମାଁ'ଗୋ ତୋର୍ କୁଲେ ଜନମ୍ ନେଇକରି

ଆଏଜ୍ ଇ ଦୁନିଆଁ ଦେଖୁଛେ,

ଆର୍'ଥରେ ଯଦି ମତେ ମୁନୁଷ୍ ଜନମ୍ ମିଲ୍'ବା

ତୋର୍ ପୁଓ ହେମି ଭାବୁଛେ ।


ଦସ୍'ମାସ ଟେ ପେଟେ ରଖିକରି ମାଁ

ଦୁଃଖ୍ ସହିଛୁ କେତେ,

ମୋର୍ ଜୀବନ୍'କେ ବଚେଇକରି ତୁଇଁ

ଉକିଆଁ ଦେଖାଲୁ ମତେ ।


ଛୁଆଁ ଥିଲାବେଲେ ଗୁହୁ,ମୁତ୍ ସଫାକରି

ପଏର୍'ଛା ରଖିଥିଲୁ ମତେ ,

ଦେହେ ଟିକେ ମୋର୍ ନସିଗଲେ ମାଁ

ବଡା ଦୁଃଖ୍ ଲାଗୁଥିଲା ତତେ ।


ହେତେଇ ହେତେଇ କେତେ କାନ୍ଦୁଥିଲୁ

ମୋର୍'ଲାଗି ବଲିକରି,

ବାପା ମତେ ମାଡ୍ ଦେଇଥିଲେ

ତୋର୍ ଆଖିର୍ ପାଏନ୍ ଯାଉଥିଲା ଝରି


ଭୁଲ୍'କେ ସଭୁ ମୋର୍ ପନ୍'ତେ ଲୁକେଇ

ନିଜେ ଖାଇଛୁ ଗାଲି,

ତୋର୍'ପାଖେ ବସେଇ ମତେ କହୁଥିଲୁ

ସତ୍'ବାଟେ ଥିବୁରେ ବାବୁ ଚାଲି ।


ତୁଇଁ ନାଇଁ ଖାଇକରି ମତେ ଖୁଏଇଛୁ

ତୋର୍ ପେଟ୍'କେ ମାରି,

ନୁଆଁ ନୁଆଁ ପେଟ୍, ସାଟ୍ କେତେ ଘିନିଦେସୁ

ନିଜେ ଚିର୍'ହା ପିନ୍ଧିକରି ।


କେନ୍'ସି ଥି ମତେ କମି ନାଇଁ କରାଇ

ଗରିବ୍ ହେଇଥିଲେ ଭି ଆମେ ,

ଜାଣା ଚାହୁଥିଲି ତାଣା ଆନି ଦେଉଥିଲ

ମାଁ'ଗୋ ତମେ ।


ଜୀବନ୍ ଥିବାର୍ ତକ୍ ମାଁ'ଗୋ ତତେ

ମୁଇଁ ପୂଜା କରୁଥିମି,

ତୋର୍ ପାହାତଲେ ସୁଇକରି ମାଁ

ମୋର୍ ଜୀବନ୍ ହାରିଦେମି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍