Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Others

4  

DILIP KUMAR SAHOO

Others

ମାଆ

ମାଆ

1 min
241



ମା- ମାଗିବା ଆଗରୁ ମୋ ପାଇଁ ତୁ ପରା

ଆ- ଆଶିଷ ଯାଉ ଲୋ ଦେଇ

ମା- ମାଟିରୁ ମହାନ ମମତାମୟୀଲୋ

ଆ- ଆକାଶରୁ ବଡ ତୁହି,

ମା- ମାଟି ପିଣ୍ଡୁଳାକୁ ଆକାର ଦେଇତୁ

ଆ- ଆଲୋକିତ କଲୁ ପଥ

ମା- ମାନବୀ ନୁହେଁ ତୁ ତୁ ଯେ ମହାଦେବୀ

ଆ-ଆଭୂଷଣ ତୋର ମୁଁ ତ

ମା- ମାନ ଅଭିମାନ ମୁଁ ତୋ ଗଳା ଧନ

ଆ- ଆଶାର ଆଲୋକ ତୋର

ମା- ମାଖି ଦେଇଛୁ ତୁ ମଧୁର ସପନ

ଆ- ଆଖିରେ ଆଖିଏ ମୋର

ମା- ମାଆ ତୁ ମୋ ପାଇଁ ସ୍ନେହର ପସରା

ଆ- ଆଦରର ପ୍ରତିଲିପି

ମା- ମାଆ ତୋ ଆଦର୍ଶ ମାଆ ତୋ ଆଶିଷ

ଆ-ଆନନ୍ଦର ସ୍ୱରଲିପି

ମା- ମାପି ପାରିବିନି ମମତାକୁ ତୋର

ଆ- ଆଦିରୁ ଅନାଦି ଦୂର

ମା- ମାୟା ମୋହରେ ତୁ ମୋ ପାଇଁ ଲୋ ଅନ୍ଧ

ଆ- ଆଦ୍ୟପୂଜ୍ୟା ତୁହି ମୋର ।



Rate this content
Log in