STORYMIRROR

SUKANTA KHANDA

Others

3  

SUKANTA KHANDA

Others

ମାଆ ତାରିଣୀ

ମାଆ ତାରିଣୀ

1 min
228

ତୁମେ ତ ପଥରର ମୂର୍ତ୍ତି/ଗୋଟେ ପାଷାଣ

ଗୋଟେ ନିର୍ଜୀବ ହୋଇ ବି ଏତେ ଏତେ ଖାଅ।


ସତରେ !

ଯଦି ଖାଉଥାନ୍ତ

ଆମେ ବଢା଼ଉ ଥିବା ନଡି଼ଆକୁ 

ଅଥବା ନେଇ ଯାଉଥାନ୍ତ ଫୁଲକୁ

ସଚ୍ଚା ଭକ୍ତଟିଏ ହୋଇଥାଉ ପଛେ ଡରିଯାନ୍ତୁ ନିଶ୍ଚୟ ନୁହଁ?


ଭାବନ୍ତୁ କି

ଏବେ ତ ସାକ୍ଷାତ ଉଭା ହୋଇଗଲ

କିଏ ଜାଣେ ଯଦି ଭୋଗ ସହିତ ଆମକୁ ଖାଇଯିବ?


ସତ୍ୟ ତ ଏଇଆ 

ମନ ଆଉ ପେଟର ହିଁ ଶାନ୍ତି

କଦଳୀ ନଡି଼ଆ ମିଠା ଆଉ ଆଉ ଯେତେ ସମର୍ପଣ ସବୁ ଦେଖେଇ ହେବାର ନିଶା।


ହେ ମା ତାରିଣୀ

ଆମେ ବି ବଡ଼ ନିର୍ଦ୍ଦୟ କାହିଁକି କେଜାଣି

ଜନ୍ମ ଦେଇଥିବା ମାଆଙ୍କୁ ମୁଠାଏ ଖାଇବା ନ ଦେଇ

ତୁମର ନାମରେ ଢାଳି ଦେଇଥାଉ ଗଦାଗଦା ଭୋଗ

ମହଣ ମହଣ ସୁନା ପାହାଡ଼ ପାହାଡ ଫୁଲ 

ତୁମେ ତ ଖାଅନି 

କିନ୍ତୁ ଯିଏ ଖାଇବାକୁ ଚାହେଁ 

ତାକୁ ମୋଟେ ହିଁ ଦେଉନି।


ବଡ଼ ଅଲାଜୁକ ମନ ଓ ବିବେକ

ଯଦି ତୁ ସତରେ ମା

ପାଷାଣ ହୋଇ ବି ମାତୃତ୍ୱର କାମନାଟା ଚାହୁଁ

ସୁପଥରେ ନେଉନୁ କିଆଁ?

ମୋର ପରି ନୀଚ ଧୀଟ ଆଉ ଅଲାଜୁକ 

ଯେତେ ଏଠି ବ୍ୟାକୁଳିତ 

ଧର୍ମକୁ ହିଁ ଦ୍ୱାହି ଦେଇ ଆଖିଠାର ମାରୁ।


ନା ତୁମେ କିଛି କହିବନି 

ତୁମେ ପଥର/ନିର୍ଜୀବ

ହୃଦୟ ଅଛି ନା ମନ

ଗୋଟେ ନୀଚତାକୁ ସୁପଥରେ ନେବା?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍