STORYMIRROR

Ajaya Mahala

Others

2  

Ajaya Mahala

Others

ଲୁହର ଦଉଡି

ଲୁହର ଦଉଡି

1 min
12.5K


ରଥଯାତ୍ରା କଥା

ଆଜି ଖୁସି ମନରେ

କହୁ କହୁ

ବମ୍ବେ ସହରର ସାଙ୍ଗଟି

ଶୁଣେଇ ବସିଲା

ଦୃବୃତ୍ତ ପଣ୍ଡାମାନଙ୍କ କାହାଣୀ

ମୁହଁ ଶୁଖିଗଲା

ତା ହସରେ

ବାଧ୍ୟ ହୋଇ

ହସ ମିଳାଇ

କୃତ୍ରିମ ହସଟିଏ

ହସୁ ହସୁ ଦିଶିଗଲା

ସମ୍ମୋହକ କଳା ଆଖି

ଆଜି ନଚେଇ ନଚେଇ

ଘୋସାଡୁଛନ୍ତି

ଉଦ୍ଦଣ୍ଡ ଭକ୍ତ

କହିଦେଉଛୁ

ମତେ ଯେମିତି

ଚାହିଁଲେ

ସାରା ବ୍ରହ୍ମାଣ୍ଡ ଆସିବ

ମୋ ହାତରେ


ହାତ ଛୁଇଁଛି ଦଉଡିକୁ

ଆଉ ଦଉଡି, ରଥକୁ

ନିୟୁତ ହାତ ଭିତରେ

ସେଇ ହାତଟିକୁ

କେମିତି ଜାଣିବୁ ଜଗା

ମୁଁ ଯାହା ବଢାଇଛି

ଦୁଇ କେରା

ଲୁହର ଦଉଡି ନେଇ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍