ଲେଖା ପଛର ପ୍ରେରଣା
ଲେଖା ପଛର ପ୍ରେରଣା
1 min
130
ମଧ୍ୟବିିତ୍ତ ପରିବାରରେ ଜନମିି ଅଛି ମଧ୍ୟବିତ୍ତ
ପରିବାରରେ ବୋହୂ ହୋଇଛି
ପରିବାରର ଯନ୍ତ୍ରଣା ଗୁରୁଙ୍କ ଆଶିଷ
ମୋତେ ଲେଖିବା ପ ପ୍ରେରଣା ଦେଇଅଛି।
ସପ୍ତମ ଶ୍ରେଣୀରେ ମୁହିଁ ପଢ଼ୁଥିଲି ଯେବେ
ଗୁରୁଙ୍କ ପ୍ରେରଣାରେ କବିତା ଲେଖିଲି ତେବେ
ତାହାଥିଲା ମୋ ଜୀବନର ପ୍ରଥମ କବିତା
ସ୍ମରଣ କରିଥିଲା ଗାନ୍ଧୀ ଗୋପବନ୍ଧୁଙ୍କ ବାରତା।
ବୁଲୁଥାଏ ଯେତେବେଳେ ବଗିଚା ଭିତର
ପ୍ରେରଣା ଦିଅନ୍ତି ମୋତେ ଫୁଲ ଓ ଭ୍ରମର।
ବର୍ଷା ଦିନେ ବର୍ଷା ଭିଜା ମାଟିର ସୁଗନ୍ଧ
ଆମ ଅଞ୍ଚଳର ଶସ୍ଯକ୍ଷେତ ଓ ନଦୀବନ୍ଧ।
ମନ୍ଦିର କଳା ସ୍ଥାପତ୍ୟ ଅତୀତ ଗୌରବ
ସବୁକିଛି ଥିଲା ମୋର ପ୍ରେରଣାର ସ୍ତମ୍ଭ।