STORYMIRROR

Arundhati Jena

Others

3  

Arundhati Jena

Others

କୁମାରୀ ପଦ୍ମା

କୁମାରୀ ପଦ୍ମା

1 min
179

ସରସୀ ଜଳରେ ଅବା ସତେ ନୀଳପରୀ

କମନୀୟ କାନ୍ତି ମନେ ପ୍ରେମକୁ ଆବୋରି।

ସୂର୍ଯ୍ୟ ଆଲୋକର ସେଇ ରକ୍ତିମ ଆଭାରେ

ଲାବଣ୍ୟବତୀର ଓଠୁ ପ୍ରେମ ବୁନ୍ଦା ଝରେ।

କୋମଳ ମତି ସେ ଭାରି ଚଞ୍ଚଳା ନୟନା

ଅନେକଙ୍କ ପାଇଁ ସିଏ ଅଟେ ମୃଗତୃଷ୍ଣା।

ହୃଦୟ ସ୍ପନ୍ଦନ ସିଏ ଛାତି ତଳେ ଥାଏ

ବେଳ ଅବେଳରେ ପ୍ରେମ ଶର ମାରିଦିଏ।

ମୃଦୁ ମୃଦୁ ଗନ୍ଧରେ ତା ପାଗଳ ଭ୍ରମର

ପାଖୁଡ଼ାରେ ବସି ତାର ବୁହାନ୍ତି ଜୁଆର।

ହସର ଫୁଆର ଫୁଟେ ପ୍ରେମିକ ଓଠରେ

ପ୍ରେମ ମଦୀରାକୁ ଢାଳି ମନ ପିଆଲାରେ।

ପଦ୍ମ କୁମାରୀ ସେ ମନେ କରିଅଛି ଘର

ତା ପାଖେ ଉଡି ବୁଲନ୍ତି ପାଗଳ ଭଅଁର।

କ୍ଷଣିକର ସୁଖ ପାଇଁ ପାଗଳ ନ ହେବୁ

ନ ହେଲେ ନିଜର ସୁଖ ନିଜେ ତୁ ଜାଳିବୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍