STORYMIRROR

Chittaranjan Nanda

Others Children

4  

Chittaranjan Nanda

Others Children

କୁହ ପ୍ରଭୁ କେବେ ବରଷିବ ପ୍ରୀତି?

କୁହ ପ୍ରଭୁ କେବେ ବରଷିବ ପ୍ରୀତି?

2 mins
240


ପଢ଼ି ଅଛୁ, ଗୀତା, ଭାଗବତ, ରାମାୟଣ 

ଓ ମହାଭାରତ,

ଶ୍ରୀ ନାରାୟଣଙ୍କ ଗୁଣ ଓ କୀରତି ମାନ,

ହୋଇଅଛି ବର୍ଣ୍ଣିତ |୧|


ଭକତି ଓ ଶୁଦ୍ଧ ପ୍ରୀତିର ଭାବ ଚେତନାର

 ଆବେଗ ପରଶରେ,

ହୁଅ ତୁମେ ପରା ପରିପ୍ରକାଶ, ମୁଗ୍ଧ ହେଲେ 

ତାର ମାଧୁର୍ଯ୍ୟରେ |୨|


ଭାବ ଛନ୍ଦ ସୁର ଲାଳିତ୍ୟ ଭରା ହରି କଥା 

ଗାନ ତ ଢ଼ାଳଇ ଅମୃତ

ତାହା ପରା ସବୁ ପାପର ଅନଳ, ଚିରନ୍ତନ 

ସତ୍ୟ ଓ ଚିର ଶାଶ୍ବତ |୩|


ଭକତ ମନେ ଅଛି ବିଶ୍ୱାସ ଦେଉଥାଅ ଦୁଃଖ, 

ସହିବ ହସି ହସି

ଭାବୁଛି ମନେ ନିଶ୍ଚୟ ଦିନେ ନା ଦିନେ, ତା 

ପାଖେ ପହଂଚିବ ଆସି |୪

 

ସବୁରି ତୁଣ୍ଡରେ କଥା ପରା, ତୁମ ନାମ ଯେ

ଧରିଲେ ହୁଅନ୍ତି ମୁକ୍ତ 

ହେ ଅଧିପତି ବିଶ୍ୱ ବ୍ରହ୍ମାଣ୍ଡର, ସର୍ବ କଥା ଅଟେ

ତୁମ ହସ୍ତ ଓ ଆୟତ୍ତ |୫|


ତୁମେ ପରଂବ୍ରହ୍ମ, ତୁମେ ସନାତନ, ତୁମେ 

ଅଟ ଜଗତର ପତି 

ତୁମେ ଅଧିଶ୍ୱର ସମସ୍ତଙ୍କ ମନେ ଯୋଗାଅ

 କ୍ଷମା, ଦୟା ଓ ଶାନ୍ତି |୬|


ଯାର କିଛି ନାହିଁ, ନୈବେଦ୍ୟେ ଓ ବିକଳେ 

ଯଦି ପ୍ରାର୍ଥନା କରେ 

କୁହ, କିଆଁ ତାର ଅନ୍ତରର ଭକତି, ମନର

କଥା ନବୁଝ ବାରେ |୭|


ଧୂପ ଓ ଦୀପ ଜାଳେ, ତୁମର ନାମକୁ ଧରି 

କରୁଣା କର ହେ ସ୍ୱାଇଁ  

ମନରୁ ରାଗ, ହିଂସା ଓ ଘୃଣା ଦୂର କରୁନାହଁ, 

ଉତ୍ତର ଦିଅ କାହିଁପାଇଁ |୮|


ଲୀଳାମୟ ପରା, କେତେ ଅମୃତ ଲୀଳା ତ

 କରିଛ ଏହି ଜଗତେ

ଦୁଃଖି ଜନଙ୍କର ଦୁଃଖ ହରିବାକୁ ପଛଘୁଞ୍ଚା 

ତୁମ କାହିଁକି ଏତେ |୯|


ପାପୀର ହାତରେ ଧରାଇ ଦେଇଛ ଛୁରୀ,

କରୁଛି ଆତଙ୍କରାଜ

ଧର୍ମ ସଂସ୍ଥାପନ ନିମନ୍ତେ ଏହା କି ପ୍ରକାର 

ଅଭିନବ ତୁମ ସଜ ବାଜ |୧୦|


ପ୍ରେମର ବାରତା ପରା ତୁମେ ସଭିଙ୍କୁ ଦିଅ 

ହେ ଜଗତର ସ୍ୱାଇଁ

କରୁ ଅଛନ୍ତି ଅନେକ ପାପର କରମ କିପରି 

ତୋର ଗୁଣ ଗାଇ ଗାଇ |୧୧|


ତୁମେ ଧର୍ମ କର୍ମ କର୍ତ୍ତବ୍ୟ, ତୁମେ ପାପ ପୂଣ୍ୟ 

ତୁମେ ହିଁ ପ୍ରେମ ବନ୍ଧନ 

କିପରି କରନ୍ତି ପାଷାଣ୍ଡ, ହତ୍ୟା ଓ ଅତ୍ୟାଚାର 

କରି ତୁମ ପାଦେ ସମର୍ପଣ |୧୨|


ତୁମରି ନିର୍ଦ୍ଦେଶେ, ଚନ୍ଦ୍ର, ସୂର୍ଯ୍ୟ ଓ ତାରା ହୁଅନ୍ତି 

ଯଦି ଆତଜାତ 

କାହିଁକି ମତରେ ଅନ୍ଧ ହୁଅନ୍ତି, ସେ ସନ୍ତାନରେ

ନଦେଖାଅ ଆଲୋକର ପଥ |୧୩|


ଟାଣିଛ କାହିଁକି କୁହ ଗରିବ ପାଇଁ କି, 

ନଶୁଣିବାର ଏ ଲକ୍ଷ୍ମଣ ଗାର

ଦେଉଅଛ ଗରିବେ ସଜା ନିଷ୍ଠୁର ଠୁ ବଳି, 

ଝରୁଛି ଲୁହର ଧାର |୧୪|


କାହିଁକି ଭରୁଛ ବିଶ୍ୱାସରେ ବିଷ କିବା ଦୋଷ 

ଅଛି ତୁମ ଭକତର

ତାର ଭଲ ପାଇବାକୁ ପ୍ରତାରଣା ଭରି କିଆଁ 

ତାକୁ ଜଳାଇ ମାର |୧୫|


କୁହ ପ୍ରଭୁ କେବେ ତୁମେ ସବୁରି ମୁହଁରେ ହସ 

ଆସି ଖେଳାଇବ

ସବୁରି ଆଖିରୁ ଲୁହ ପୋଛିବାକୁ ହେ ମହାବାହୁ 

ପ୍ରୟାସ କରିବ |୧୬|



Rate this content
Log in