କଳା କମଳ
କଳା କମଳ
1 min
172
ସେ କେଉଁ ସହର କେମିତି ସହର
ଯହିଁ ଫୁଟିଛି ଏକ କମଳ
କେମିତି କମଳ ଅପରୂପ ଶିରୀତାକୁ
ଲକ୍ଷ ଭ୍ରମର ପାଗଳ ।
କମଳ ର ବାସ ସରୁନାହିଁ ପରା
ବାସୁଛି ସାରା ଜଗତ
ସେ ବାସ ରେ ସବୁ ହୁଅନ୍ତି ପାଗଳ
ଛୁଟନ୍ତି କମଳ ପାଶ ।
ସୁରଭିରେ ଭରା ଭକ୍ତି ରସା ମୃତ ବାନ୍ଧେ ସେ ପ୍ରେମ ଡୋରିରେ
କେତେ ଗୋପଙ୍ଗନା ବନ୍ଧିଥିଲା ପ୍ରେମେ ଥିଲା ସଭିଙ୍କ ହୃଦରେ
କେଡେ ପ୍ରେମ ମୟ ସତେ ସେ ସହର
ଭିନ୍ନ ଏକ ସରୋବର।
କେଡେ ଭାଗ୍ୟବତୀ ଅଟେ ସେହି ମାଟି ଅଟେ ସେ ଶିରୀକ୍ଷେତର ।
ବାଲି ଗୋଡି ସେଠି ସଭିଏଁ ଦେବତା
ମହୋଦଧି ଧୁଏ ପାପ
ମହୋଦଧି ଯାର ଚରଣ ଧୋଉଛି
ସେ ପରା ଜଗତ ନାଥ ।
