କେବେ ସୁଖ କେବେ ଦୁଃଖ
କେବେ ସୁଖ କେବେ ଦୁଃଖ
ମଉସୁମୀ ଆସେ ଯେବେ ଡେଇଁ ସାତ ସାଗର
ମୋ ଗାଆଁ ଆକାଶେ ହୁଏ ବଉଦର ସମ୍ଭାର ।
ଘଡଘଡି ଡାକେ ରହି ସୌଦାମିନୀ ଝଲସେ
ବାରିଦରୁ ଝରେ ନୀର ମନ ନାଚେ ଉହ୍ଲାସେ ।
ଓଳିଦେଇ ଖସିପଡେ ଜଳକଣା ସତ୍ବରେ
ଫୁଟିଭାସେ ଝରାଫୁଲ ଦେଖି ଲାଗେ ଖୁସିରେ ।
କାଗଜର ନାଆ ଭାସେ ଶିଶୁ ହାତ ତିଆରି
ଜଳମୟ ଦେଖାଯାଏ ନଦୀ,ନାଳ,ଗୋହରି ।
ନୀଳ କଇଁ ହସିଉଠେ ପୁଷ୍କରିଣୀ ଚଟାଣେ
ଚଷା ଯାଏ ହଳ ନେଇ ଆନନ୍ଦିତ ପରାଣେ ।
ରାଖୀ ଆସେ ଭଉଣୀର ସେନେହର ଡୋରିରେ
ଇନ୍ଦ୍ରଧନୁ ସୁଶୋଭିତ ଗଗନର କୋଳରେ
ଜଗା ଯାଏ ନନ୍ଦିଘୋଷେ ମାଉସୀ ମା' ଘରକୁ
ଭକତକୁ ସୁଖ ଦିଏ ଆସି ତାଙ୍କ ପାଶକୁ ।
କଖାରୁ, କାକୁଡି, ଲାଉ ଜାତିଜାତି ପରିବା
ରୋଷେଇ ଘର ବିଳାସ ଭୁଲିଗଲା ଡରିବା ।
ଆଞ୍ଜୁଳାରେ କେବେ ସୁଖ କେବେ ଦୁଃଖ ଭରଇ
ନିଦାଘର ଜ୍ବଳନରୁ ଉଦ୍ଧାର ସେ କରଇ ।
